Home ରାଜ୍ୟନେସନାଲ କଲେଜ ନୂଆପଡ଼ାରେ ଏକଦିବସୀୟ ଅନୁସ୍ଥାପକ ପାଠ୍ୟକ୍ରମ ଅନୁଷ୍ଠିତ : ଶ୍ରେଷ୍ଠ ସ୍ୱେଚ୍ଛାସେବୀ ସମ୍ମାନିତ।

ନେସନାଲ କଲେଜ ନୂଆପଡ଼ାରେ ଏକଦିବସୀୟ ଅନୁସ୍ଥାପକ ପାଠ୍ୟକ୍ରମ ଅନୁଷ୍ଠିତ : ଶ୍ରେଷ୍ଠ ସ୍ୱେଚ୍ଛାସେବୀ ସମ୍ମାନିତ।

by Maraguda Express
0 comments
ନୂଆପଡ଼ା -୨୨/୪- ଜିଲ୍ଲା ସଦର ମହକୁମା ସ୍ଥିତ
ନେସନାଲ କଲେଜ ପରିସରରେ ଆଜି ଏକ ଦିବସୀୟ ଓରିଏଣ୍ଟେସନ ପ୍ରୋଗ୍ରାମ (ଅନୁସ୍ଥାପକ ପାଠ୍ୟକ୍ରମ କାର୍ଯ୍ୟକ୍ରମ) ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ ଯୋଗଦେଇଥିବା ବେଳେ ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟର ଦୁଇ ଯୁବ ଅଧିକାରୀ ଅଜିତ କୁମାର ଏବଂ ଏ.ଏସ. କବିର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଥିଲେ। କଲେଜ କର୍ତ୍ତୃପକ୍ଷ ଏବଂ ଜାତୀୟ ସେବା ଯୋଜନା ର ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ନେସନାଲ କଲେଜର ଅଧ୍ୟକ୍ଷ ହିତେଶ କୁମାର ସାହୁ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅତିଥିମାନେ ଯୁବ ସମାଜର ଦାୟିତ୍ୱ ଓ ସେବା ମନୋଭାବ ଉପରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ତୁକଲା କଲେଜର ସଂଯୋଜକ ପ୍ରତାପ ଦାସ ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ପୁରସ୍କାର ବିତରଣ
ଜାତୀୟ ସେବା ଯୋଜନାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଦୁଇଜଣ ସ୍ୱେଚ୍ଛାସେବୀ ଜାନକୀ ଦଣ୍ଡସେନା ଓ ପୁନମ ଦେୱାଙ୍ଗନ ଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ସମ୍ମାନ ସେମାନଙ୍କ ନିରନ୍ତର ସେବା ଓ ନିଷ୍ଠାର ସ୍ୱୀକୃତି ସ୍ୱରୂପ ପ୍ରଦାନ କରାଯାଇଛି।
ସମଗ୍ର ମଞ୍ଚ ପରିଚାଳନା ପ୍ରକାଶ କୁମାର ସାହୁ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ହେମଲ୍ ସା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମଟି କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସ୍ୱେଚ୍ଛାସେବୀମାନଙ୍କ ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha