ନୂଆପଡ଼ା -୧୨/୯(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଟାଉନ ଥାନା ପୋଲିସ କୁ ଭିନ୍ନ ଭିନ୍ନ ସ୍ଥାନ ରୁ ଚଢ଼ାଉକରି ୬୨ କେଜି ଗଞ୍ଜେଇ ଅବୈଧ ରୁପେ ମଧ୍ୟ ପ୍ରଦେଶ ଚାଲାଣ କରୁଥିବା ୧୩ଜଣ ମହିଳା ଓ ପୁରୁଷ ଙ୍କୁ ଗିରଫ କରିଛନ୍ତି। ଗତ କାଲି ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ.ପି. ଅମ୍ରିତ ପାଲ ସିଂ ସୂଚନା ଦେଇଛନ୍ତି। ଗୁରୁବାର ସନ୍ଧ୍ୟା ସମୟ ରେ ବିଜୁ ଏକ୍ସପ୍ରେସ ୱେ ରେ ପେଟ୍ରୋଲିଂ କରୁଥିବା ସମୟ ରେ ଦୁଇ ଜଣ ବ୍ୟକ୍ତିଙ୍କୁ ସନ୍ଦେହ ରେ ଅଟକାଇ ଯାଞ୍ଚ କରି ଵାରୁ ସେ ମାନେ ଜବଲପୁର ମଧ୍ୟପ୍ରଦେଶ ରାଜ୍ୟକୁ ୧୦ କେଜି ଗଞ୍ଜେଇ ଅବୈଧ ରୁପେ ଚାଲାଣ ରୁଥିବ ଜଣା ପଡିଥିଲା। ଉକ୍ତ ଗଞ୍ଜେଇ କୋମନା ବ୍ଲକ ଅନ୍ତର୍ଗତ ଜେଠୁପାଲି ଗ୍ରାମ ରୁ କିଣି ଆଣିଥିବା ସ୍ବୀକାର କରିଛନ୍ତି।ସେହି ଭଳି ଜେଠୁପାଲି ଗ୍ରାମ ରୁ ଆଉ ଏକ ଦଳ ଗଞ୍ଜେଇ କିଣି ମଧ୍ୟପ୍ରଦେଶ ରାଜ୍ୟ କୁ ନେଉଥିବା ବେଳେ ନୂଆପଡ଼ା ବସଷ୍ଟାଣ୍ଡ ରେ ଚଢାଉ କରି ୧୧ଜଣ ଙ୍କ ଠାରୁ ୨୬ ଗୋଟି ପ୍ୟାକେଟ ରେ ୫୨ କେଜି ଗଞ୍ଜେଇ ଜବତ ହୋଇଥଲା। ଏହି ଗଞ୍ଜେଇ କୁ ସେମାନେ ନିଜ ଦେହ ରେ କୌଶଳରେ ଲୁଚାଇ ନେଉଥିଲେ। ନୂଆପଡ଼ା ଥାନା ପୃଥକ୍ ପୃଥକ୍ କେସ ନମ୍ୱର- ୨୧୪ ଓ ୨୧୫, ଏନ.ଡି.ପି.ଏସ ଧାରା ଅନୁସାରେ ଅଭିଯୁକ୍ତ ଦୁର୍ଜନ ତାଣ୍ଡି କୋମନା ଥାନା ବିଲେଞ୍ଜୋର ଗ୍ରାମ ସମେତ ମଧ୍ୟପ୍ରଦେଶ ରାଜ୍ୟ ଭୋପାଳ ଓ ବିଦିଶା ଜିଲ୍ଲା ର ଗିରଫ ୬ ଜଣ ମହିଳା ଓ ୬ ଜଣ ପୁରୁଷ ମୋଟ ୧୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହି ଗଞ୍ଜେଇ ମାଫିଆ ଗୋଷ୍ଠୀ ରେ ୫ଜଣ ପିଲା ଥିଲେ, ତେଣୁ ତାଙ୍କ ଉପୁକ୍ତ ଯତ୍ନ ଓ ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି (ସି.ଡବ୍ଲ୍ୟୁ.ସି) ନୂଆପଡ଼ା ରେ ହାଜର କରା ଯାଇଛି। ଉପରୋକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାଏକ, ଏସଡିପିଓ ସ୍ଵାଧୀନ ମିଶ୍ର, ଆଇଆଇସି ଗଙ୍ଗାଧର ମେହେର ପ୍ରମୁଖ ଉପସ୍ଥିତ ଥିଲେ।
ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ୬ ମହିଳା ଓ ୭ ପୁରୁଷ ଗିରଫ : ୬୨ କେଜି ଗଞ୍ଜେଇ ଜବତ।
ସେହି ଗଞ୍ଜେଇ ମାଫିଆ ଗୋଷ୍ଠୀ ରେ ୫ଜଣ ପିଲା ଥିଲେ, ତେଣୁ ତାଙ୍କ ଉପୁକ୍ତ ଯତ୍ନ ଓ ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି (ସି.ଡବ୍ଲ୍ୟୁ.ସି) ନୂଆପଡ଼ା ରେ ହାଜର କରା ଯାଇଛି।
102
previous post