Home ରାଜ୍ୟପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଛାତ୍ରକୁ ମାନସିକ ନିର୍ଯ୍ୟାତନା : ଭିଡ଼ିଓ ଭାଇରାଲ

ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଛାତ୍ରକୁ ମାନସିକ ନିର୍ଯ୍ୟାତନା : ଭିଡ଼ିଓ ଭାଇରାଲ

by Maraguda Express
0 comments

ନୂଆପଡ଼ା -୧୮/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ତିମନପୁର ଆଶ୍ରମ ସ୍କୁଲରୁ ଏକ ଘଟଣା ଲୋକଲୋଚନ କୁ ଆସିଛି। ପ୍ରଧାନ ଶିକ୍ଷକ ମନୋଜ ହୋତାଙ୍କ ଉପରେ ଷଷ୍ଠ ଶ୍ରେଣୀର ଜଣେ ଆଦିବାସୀ ଛାତ୍ରଙ୍କୁ ମୌଖିକ ଭାବରେ ନିର୍ଯାତନା ଦେବାର ଗୁରୁତର ଅଭିଯୋଗ ଆସିଛି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ର ନାୟକପଡା ଗ୍ରାମ ବାସିନ୍ଦା ଛାତ୍ରଙ୍କୁ ତାଙ୍କ ଶିକ୍ଷା ପାଇଁ ଅଭିଭାବକ ସମ୍ପ୍ରତି ସ୍କୁଲରେ ନାମ ଲେଖାଇଥିଲେ। ଗତ ୧୫ ସେପ୍ଟେମ୍ବର ୨୦୨୫ ବିଳମ୍ବିତ ରାତିରେ ପ୍ରଧାନ ଶିକ୍ଷକ ଛାତ୍ରଟିକୁ ତାଙ୍କ କାର୍ଯ୍ୟାଳୟକୁ ଡାକି ଅଶ୍ଳିଳଭାଷା ରେ  ଧମକ ଚମକ ଦେଇ ମାନସିକ ନିର୍ଯ୍ୟାତନା  ଦେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଅଭିଯୋଗ ଆସିଛି। ଭିଡିଓ ରେ ଛାତ୍ର ଙ୍କୁ ଅଶ୍ଳିଳ ଭାଷା ପ୍ରୟୋଗ ସହ ଜୈନେକ ଛାତ୍ରଙ୍କୁ ନିଜ କାନ୍ଧ ମାଲିସ କରିବା ଦୃଶ୍ୟ ଦୃଷ୍ଟି ଗୋଚର ହେଉଛି। ଭାଇରାଲ ଭିଡିଓ ର ସତ୍ୟତା ଉପରେ ତଦନ୍ତ ହେବା ଆବଶ୍ୟକ, ଭିଡ଼ିଓ ସତ ନା ମିଛ ଜାଣି ନୁଁ । ପ୍ରଧାନ ଶିକ୍ଷକ ମୋବାଇଲ ଫୋନରେ ରେକର୍ଡ ହୋଇଥିବା ଏହି ଭିଡିଓଟି ହ୍ୱାଟସଆପ୍ ମାଧ୍ୟମରେ ଶୀଘ୍ର ଭାଇରାଲ ହୋଇଥିଲା। ଅଞ୍ଚଳବାସୀଙ୍କ ଦ୍ୱାରା ଘୋର ନିନ୍ଦା କରାଯାଇଥିଲା।
ଛାତ୍ରଙ୍କ ଅଭିଭାବକଙ୍କ ଦ୍ୱାରା ଆନୁଷ୍ଠାନିକ ଅଭିଯୋଗ ପରେ,ଜିଲ୍ଲା ପ୍ରଶାସନ ତୁରନ୍ତ ତଦନ୍ତ ପାଇଁ ସବ-କଲେକ୍ଟର ସୁରମି ସୋରେନଙ୍କ ନେତୃତ୍ୱରେ ଏକ ଦଳ ସ୍କୁଲକୁ ପଠାଇଛି। ପରିବାର ଲୋକେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପ୍ରଧାନ ଶିକ୍ଷକ ବର୍ତ୍ତମାନ ଫେରାର ଅଛନ୍ତି। ଉପରୋକ୍ତ ଘଟଣା ଯୋଗୁଁ ଅଭିଭାବକ ମହଲ ଓ ଅଞ୍ଚଳ ରେ ଉତ୍ତେଜନା ପ୍ରକାଶ ପାଇଛି। ତୁରନ୍ତ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha