64
ଏସ୍ ପି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ବିଶେଷ ଧ୍ୟାନ ଦେଉଛନ୍ତି l ବିଶେଷ କରି ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ କରି ସଚେତନତା ସୃଷ୍ଟି କରୁଛନ୍ତି। ଆଞ୍ଚଳିକ ପରିବହନ ଅଧିକାରୀ, ଆରଟିଓ ପରି ଅନ୍ୟ ବିଭାଗ ସହ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଶିକ୍ଷକ, କଳାକାର, ଛାତ୍ରଛାତ୍ରୀ, ମିଡିଆ, ଦୋକାନୀ, ସ୍ଥାନୀୟ ନେତା, ପଞ୍ଚାୟତ ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ ଆଦି ସମସ୍ତ ସ୍ଥାନୀୟ ସଂସ୍ଥା ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଧୀରେ ଧୀରେ ନୂଆପଡା ରାସ୍ତାରେ ପରିବର୍ତ୍ତନ ଦେଖାଯାଉଛି। ସୂଚନାଯୋଗ୍ୟ ଯେ ନୂଆପଡ଼ାରେ ଆରକ୍ଷୀ ଅଧୀକ୍ଷକ ଭାବରେ ଅମ୍ରିତ୍ ପାଲ୍ ସିଂ ଯୋଗଦାନ କଲାଦିନ ଠାରୁ ଜିଲ୍ଲାରେ ଆଇନ୍ ଶୃଙ୍ଖଳାରେ ସୁଧାର ଆଣିବା ସହିତ, ଚୋରା ମାଦକ ଦ୍ରବ୍ୟର ବେଆଇନ କାରବାର, ଶ୍ରମିକ,ଯୁବତୀ, ଶିଶୁ ମାନଙ୍କର ଅବୈଧ ଚାଲାଣ ଇତ୍ୟାଦି ଦୃଢ଼ ହସ୍ତରେ ପୋଲିସ ଦମନ କରୁଛି ।
Table of Contents

ନୂଆପଡା- ୨୩/୧(ସୁରେନ୍ଦ୍ର ତିୱାରୀ) ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ନୂଆପଡା ପୋଲିସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ଯମରାଜ ଏବଂ ଚିତ୍ରଗୁପ୍ତଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ସହାୟତାରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରାଯାଉଛି। ଏହି କାର୍ଯ୍ୟକ୍ରମ ଚଳିତ ମାସ ପ୍ରଥମରୁ ଆରମ୍ଭ ହୋଇଛି ଏବଂ ଗ୍ରାମାଞ୍ଚଳରେ ଏହା ବିଶେଷ ପ୍ରଭାବ ସୃଷ୍ଟି କରିଛି।ଏହି ସାଂସ୍କୃତିକ ପ୍ରଦର୍ଶନ ଗୁଡିକ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରୁଛି ଏବଂ ସଡ଼କ ସୁରକ୍ଷା ସଚେତନତାର ପ୍ରସାର କରୁଛି।
ବଜାର, ହାଟ ଏବଂ ଗୁରୁତ୍ୱ ପୂର୍ଣ୍ଣ ଛକ ପରି ସର୍ବସାଧାରଣ ସ୍ଥାନରେ ଏହି ପ୍ରଦର୍ଶନ ଗୁଡିକ ଆୟୋଜନ କରାଯାଉଛି। ମଟରସାଇକେଲ ଚାଳକମାନଙ୍କୁ ହେଲମେଟ ପିନ୍ଧିବା ଏବଂ ମାଦକ ଦ୍ରବ୍ୟ ସେବନ କରି ବାହନ ନଚଳାଇବା ପାଇଁ ପ୍ରୋତ୍ସାହିତ କରାଯାଉଛି। ସେହିପରି ଚାରି ଚକିଆ ଯାନ ଚାଳକମାନଙ୍କୁ ସିଟବେଲ୍ଟ ବାନ୍ଧିବା ଏବଂ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ପ୍ରୋତ୍ସାହିତ କରାଯାଉଛି।

