145
ନୂଆପଡ଼ା -୭/୮- ଓଡ଼ିଶା ସ୍କୁଲ୍-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଗୁରୁବାର ନୂଆପଡ଼ାରେ ଶତାଧିକ ଶିକ୍ଷକ ଓ କର୍ମଚାରୀ ଏକତ୍ରିତ ହୋଇ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣାରେ ବସିଥିଲେ। ପ୍ରଥମେ ସହରରେ ଏକ ବିଶାଳ ପ୍ରତିବାଦ ରାଲି ଅନୁଷ୍ଠିତ ହୋଇଥିଲା। ପରେ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇ ଶିକ୍ଷା କ୍ଷେତ୍ରର ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଜିଲ୍ଲା ସଭାପତି ବନ ବିହାରୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମନ୍ୱୟ ସମିତିର ଜିଲ୍ଲା ଆବାହକ ଓ ଓଷ୍ଟା ଜିଲ୍ଲା ସମ୍ପାଦକ ରବୀନ୍ଦ୍ରନାଥ ଯୋଷୀ ଗ୍ରାମାଞ୍ଚଳର ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ କଲେଜ ପ୍ରତି ସରକାରଙ୍କ ଅବହେଳା ନେଇ ଉଦ୍ବେଗ ପ୍ରକାଶ କରିଥିଲେ।
ମୁଖ୍ୟ ଦାବି ଗୁଡ଼ିକ ହେଲା, ଯୋଗ୍ୟ ବିବେଚିତ ୧୯୪ଟି ବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ।
ଏହି ଆନ୍ଦୋଳନରେ ଭରତ ବେହେରା, ପଞ୍ଚାନନ ମଟାରୀ, ସୁବାଷ ଚନ୍ଦ୍ର ସାହୁ, ସିମାଞ୍ଚଳ ଦାସ, ଚତୁର୍ଭୁଜ ସିଂଦେଓ, ତପନ ବହିଦାର, ମହତାବ ଗିରି, ପ୍ରଫୁଲ୍ଲ ମହାରଣା, ପାଣ୍ଡୁରମ ପାଣ୍ଡେ, ଆଦାମ ପାଣ୍ଡେ, ଚିତ୍ତରଞ୍ଜନ ଦୁବେ, ପରମେଶ୍ୱର କଠାର, ରାଜକୁମାର ତାଣ୍ଡି, କିଶୋର ଚନ୍ଦ୍ର ଯୋଷୀ, ଶର୍ମିଲା ଶତପଥୀ, ଅନୀମା ପଣ୍ଡା ଓ ନବକିଶୋର ଆଚାର୍ଯ୍ୟ ପ୍ରମୁଖ ସକ୍ରିୟ ଭାବେ ନେତୃତ୍ୱ ନେଇଥିଲେ।