Home ରାଜ୍ୟ‘ସମ୍ଭାବନା-୨୦୨୭’ ର ଶୁଭାରମ୍ଭ : ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବାକୁ ନୂଆପଡ଼ା ଜିଲ୍ଲାର ଦୃଢ଼ ସଂକଳ୍ପ।

‘ସମ୍ଭାବନା-୨୦୨୭’ ର ଶୁଭାରମ୍ଭ : ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବାକୁ ନୂଆପଡ଼ା ଜିଲ୍ଲାର ଦୃଢ଼ ସଂକଳ୍ପ।

"ଶିକ୍ଷା କ୍ଷେତ୍ରରେ ନୂଆପଡ଼ାର ବଡ଼ ପଦକ୍ଷେପ"

by Maraguda Express
0 comments
ନୂଆପଡ଼ା -୦୭/୦୮- କୋମନା ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ନୂଆପଡ଼ା ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଗତକାଲି ଆୟୋଜିତ ହୋଇଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଚଳିତ ଶିକ୍ଷାବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ଏଚଏସସି) ପରୀକ୍ଷାରେ ନୂଆପଡ଼ା ଜିଲ୍ଲାକୁ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନରେ ପହଞ୍ଚାଇବା ଲକ୍ଷ୍ୟରେ ଜିଲ୍ଲାପାଳ ମହୋଦୟ ‘ସମ୍ଭାବନା–୨୦୨୭’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।
ବୋର୍ଡ ପରୀକ୍ଷାର ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ, କଟକ ର ଉପ-ସଭାପତି ତଥା ଜିଲ୍ଲାର ନୋଡାଲ ଅଫିସର ଯୋଗଦେଇ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ (ଏସପି) ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଙ୍କୁ ଫଳକ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।
ଜିଲ୍ଲାର ୧୫୫ ଜଣ ପ୍ରଧାନ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ବିଦ୍ୟାଳୟ ପରିଚାଳନାର ରୂପରେଖ ପ୍ରସ୍ତୁତ କରିଥିଲେ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ରେଶମ ଲାଲ ନାଏକ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ପରୀକ୍ଷା ପ୍ରସ୍ତୁତି ଓ ଶିକ୍ଷାର ମାନ ବୃଦ୍ଧି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଓଡ଼ିଆ ଅଧ୍ୟାପକ ଦୀପକ କୁମାର ଦାଶ ବୈଠକ କୁ ସଞ୍ଚାଳନା କରିଥିବା ବେଳେ ପ୍ରାଚାର୍ଯ୍ୟ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
“ସମ୍ଭାବନା–୨୦୨୭ ମାଧ୍ୟମରେ ନୂଆପଡ଼ା ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରି ସାରା ରାଜ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିବା ପାଇଁ ଶିକ୍ଷା ବିଭାଗ ସଂକଳ୍ପବଦ୍ଧ।”

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha