ନୂଆପଡ଼ା -୨୦/୯ ( ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ପ୍ରଶାସନ ତରଫରୁ ସଂସ୍କାର ଓ ରାଜ୍ୟ ଅବକାରୀ ବିଭାଗ ପ୍ରଶାସନ ତରଫରୁ ଅପରେସନ ପ୍ରହାର ଲଞ୍ଚ କରାଯାଇଛି। କାରଣ ରାଜ୍ୟ ଓ ଜିଲ୍ଲାରେ ନିଶା କାରବାର ଚାଲିଛି ଓ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏହି ଦୁଇଟି କାର୍ଯ୍ୟକ୍ରମ ଅବ୍ୟାହତ ରହିଛି । ବୋଡେ଼ନ ବ୍ଲକ ଖଇରା ଓ ପଲସଦା ରୋଡ଼ ନିକଟସ୍ଥ ପଲସଦା ବ୍ରିଜ ନିକଟରେ ବେଆଇନ ୧୫ କେଜି ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଛି। ଶୁଭମ ପଟେଲ (୨୭) ଏବଂ ଉଦୟ କୁଶୱାହ (୨୦)। ଅଭିଯୁକ୍ତ ଦ୍ବୟ ଜବଲପୁର ମଧ୍ୟ ପ୍ରଦେଶ ରାଜ୍ୟର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି। ଓଆଇସି ସିନାପାଲି ଅବକାରୀ ସିଦ୍ଧାନ୍ତ ପାତ୍ର ଓ ତାଙ୍କ ସହଯୋଗୀ ଅବକାରୀ କର୍ମଚାରୀଙ୍କ ଦ୍ୱାରା ପିଆର କେସ ନମ୍ବର ୧୭୪/୨୦୨୫-୨୬ ଅବକାରୀ ଥାନା ସିନାପାଲି ୟୁ ଏସ ୨୦ (ବି )(୨) ବି ର ଏନଡିପିଏସ ଆକ୍ଟ ରେ ମାମଲା ରୁଜୁ କରାଯାଇଛି। ଏହି ଦୁଇ ଜଣ ଦୋଷୀଙ୍କୁ କୋର୍ଟ କୁ ଚାଲାଣ କରାଯାଇଛି। ଅଭିଯୁକ୍ତ ଦ୍ବୟ ଙ୍କ ଜାମିନ ହୋଇ ନାହିଁ, ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି।
୧୫ କେଜି ଗଞ୍ଜେଇ ଜବତ : ଦୁଇ ଗିରଫ।
111