Home ରାଜ୍ୟମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ : ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦାନ।

ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ : ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦାନ।

ସ୍ୱର୍ଗତ ବିଧାୟକଙ୍କ ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଥିଲେ,ସେ ତାଙ୍କର ଜଣେ ଉତ୍ତମ ବନ୍ଧୁଥିଲେ l ଢୋଲକିଆଙ୍କ ରାଜନୈତିକ ପ୍ରତିନ୍ଦ୍ୱନ୍ଦି ଥାଇ ପାରନ୍ତି କିନ୍ତୁ ତାଙ୍କ କେହି ରାଜନୈତିକ ଶତ୍ରୁ ନଥିଲେ। ୨୦୦୪ ମସିହାରୁ ୪ ଥର ବିଧାୟକ ହୋଇଥିବା ସେହି ଲୋକପ୍ରିୟ ନେତା ଥରେ ମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇ ନୂଆପଡା ତଥା ସମଗ୍ର ରାଜ୍ୟର ବିକାଶ ଓ ପରିବର୍ତ୍ତନରେ ଅମୂଲ୍ୟ ଯୋଗଦାନ ଦେଇଥିଲେ ।

by Maraguda Express
0 comments

ନୂଆପଡ଼ା -୨୧/୯ (ସୁରେନ୍ଦ୍ର ତିୱାରୀ ) ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ନୂଆପଡା ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦାନ କରିଥିଲେ। ସ୍ୱର୍ଗତ ବିଧାୟକଙ୍କ ସ୍ମୃତି ଚାରଣ କରି ସେ କହିଲେ ଯେ ସେ ତାଙ୍କର ଜଣେ ଉତ୍ତମ ବନ୍ଧୁଥିଲେ । ଢୋଲକିଆଙ୍କ ରାଜନୈତିକ ପ୍ରତିନ୍ଦ୍ୱନ୍ଦି ଥାଇ ପାରନ୍ତି କିନ୍ତୁ ତାଙ୍କ କେହି ରାଜନୈତିକ ଶତ୍ରୁ ନଥିଲେ। ୨୦୦୪ ମସିହାରୁ ୪ ଥର ବିଧାୟକ ହୋଇଥିବା ସେହି ଲୋକପ୍ରିୟ ନେତା ଥରେ ମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇ ନୂଆପଡା ତଥା ସମଗ୍ର ରାଜ୍ୟର ବିକାଶ ଓ ପରିବର୍ତ୍ତନରେ ଅମୂଲ୍ୟ ଯୋଗଦାନ ଦେଇଥିଲେ । ତାଙ୍କର ବିୟୋଗରେ ନୂଆପଡା ଜିଲ୍ଲା ତଥା ଓଡ଼ିଶା ଜଣେ ସୁଦକ୍ଷ ଦରଦୀ ରାଜନେତାଙ୍କୁ ହରାଇଲା । ଏହା ସହିତ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଧାୟକଙ୍କ ପତ୍ନୀ କଳ୍ପନା ଢୋଲକିଆ ଓ ପୁତ୍ର ଜୟଙ୍କୁ ଭେଟି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ତାଙ୍କ ବାସ ଗୃହ ପରିଦର୍ଶନ କରିଥିଲେ ।ଏହି ସ୍ମୃତି ଚାରଣ ସଭାରେ ନୂଆପଡା ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଆବାଳ ବୃଦ୍ଧ ବନିତା ଯୋଗ ଦେଇଥିଲେ । ଉଭୟ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳର ଅନେକ ନେତା ତଥା ବରିଷ୍ଠ କର୍ମକର୍ତ୍ତା ଯୋଗଦେଇ ସ୍ୱର୍ଗତ ଢୋଲକିଆଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।ଏହି ଅବସରରେ ମୂଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଠାରୁ ଆପତ୍ତି ଅଭିଯୋଗ ସମ୍ବଳିତ ଦରଖାସ୍ତ ମଧ୍ଯ ଗ୍ରହଣ କରିଥିଲେ । ସ୍ଥାନୀୟ ଗୋଟମା ଏୟାର ଷ୍ଟ୍ରିପ ରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମୃତ ପାଲ ସିଂ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଜେପି ଜିଲ୍ଲା ସଭାପତି କମଳେଶ ଦିକ୍ଷିତ ତଥା ବରିଷ୍ଠ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ। ଏ ଅବସର ରେ ବିଭିନ୍ନ ରାଜନୈତିକ ଦଳ ର ହଜାର ହଜାର କର୍ମୀ ନେତ୍ରୀ ଉପସ୍ଥିତ ଥିଲେ।ସାମ୍ବାଦିକ ଙ୍କୁ ସାକ୍ଷାତକରି ସେ କହିଲେ ଯେ
ନୂଆପଡ଼ା ଜିଲ୍ଲା ଭୁବନେଶ୍ୱରରୁ ବହୁ ଦୂରରେ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍ ରେ ରହିଛି। ତେଣୁ ଜିଲ୍ଲାକୁ ବାରମ୍ବାର ଆସି ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଚେଷ୍ଟିତ ରହିବେ ବୋଲି କହିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha