62
ବରଗଡ -୧୯/୩- ଆଜି ନୂଆଦିଲ୍ଲୀ ଠାରେ ରାଷ୍ଟ୍ରିୟ ବଞ୍ଜାରା ବିକାଶ ମିଶନର ସଦସ୍ଯ ମାନେ କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ଯାଣ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କୁ ତାଙ୍କ ସରକାରୀ ବାସଭବନ ୩, ସବଦରଜରଙ୍ଗ ରୋଡ ଠାରେ ସାକ୍ଷାତ କରି ବଞ୍ଜାରା ଆଦିବାସୀ ସମାଜର କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ଯା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିକାଶ ମିଶନ ର ସଭାପତି କ୍ଷୀର ସାଗର ନାଏକ,ସଂପାଦକ ରମେଶ ନାଏକ,ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରୀତି ନାଏକ,ଭାଗରଥି ନାଏକ,ନରସିଂହ ନାଏକ,ନନ୍ଦଲାଲ ନାଏକ,ଜୟରାମ ନାଏକ,ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ କେନ୍ଦ୍ରୀୟ ମନ୍ତ୍ରୀ ଜୁଏଲ ଓରାମଙ୍କୁ ସାକ୍ଷାତ କରି ବଂଜାରା ଓ ଲବାଙ୍ଘ ଭିତରେ ଥିବା ଜାତିଗତ ସମସ୍ଯା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମନ୍ତ୍ରୀ ଏ ସମସ୍ଯାର ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ( ରିପୋର୍ଟ – ନିରୋଜ କୁମାର ପାଣି)