ନୂଆପଡା -୨୨/୯ (ସୁରେନ୍ଦ୍ର ତିୱାରୀ) ସାତ ଦିନ ବ୍ୟାପି ଜାତୀୟ ସେବା ଯୋଜନା ର ସ୍ଵତନ୍ତ୍ର ଶିବିର ଆଜି ପଞ୍ଚାୟତ ସମିତି ଡ଼ିଗ୍ରୀ କଲେଜ୍ କୋମନା ଠାରେ ସମାପାନ ହୋଇଯାଇଛି।ଉଦଯାପନୀ ଉତ୍ସବ ରେ ମୂଖ୍ଯ ଅତିଥି ଭାବରେ କୋମନା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା କୁମ୍ଭାର ଯୋଗ ଦେଇ ଥିଲେ । କଲେଜ ଅଧ୍ୟକ୍ଷ ପ୍ରଭାସ କୁମାର ପଣ୍ଡା ଏହାର ସଭାପତିତ୍ବ କରିଥିଲେ।ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଫକୀର ଚରଣ ପାଢୀ, ଦେବେନ୍ଦ୍ର ସୁନାନୀ ଓ କ୍ରୀଡା ଶିକ୍ଷକ ମହେନ୍ଦ୍ର କୁମାର ମେହେର ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମ ଅଧିକାରୀ ନଳିନୀ କାନ୍ତି ସା ଏହି ସଭାର ପରିଚାଳନା କରିଥିଲେ ।ଏହି ଶିବିର ରେ ସ୍ବେଚ୍ଛାସେବୀ ମାନେ ବୃକ୍ଷରୋପଣ ,ସଡକ ସୁରକ୍ଷା ଶୋଭାଯାତ୍ରା, ନିଶା ନିବାରଣ ଶୋଭାଯାତ୍ରା , ଛାତ୍ରୀମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା,ନାରୀଶିକ୍ଷା ବିଷୟ ରେ ପଥପ୍ରାନ୍ତ ନାଟକ, ପରିବେଶ ସୁରକ୍ଷା ଆଦି ଅନେକ କାର୍ଯ୍ୟକ୍ରମ ଏହି ସାତ ଦିନ ମଧ୍ୟ ରେ ଆୟୋଜିତ କରି ସଚେତନତା କରାଯାଇଥିଲା।ସଭା ଶେଷ ରେ କୃତୀ ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରି ପୁରସ୍କାର ପ୍ରଦାନ କରାଯାଇ ଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ରେ ଅମିତ ରାଉତ, ଲକ୍ଷ୍ମଣ ଥପା , ଡୋଳାମଣି ଭୋଇ ,ବିମଲ ସାହୁ , ବିଜୟ ବାଗ ପ୍ରମୁଖ ସହଯୋଗ କରିଥିଲେ।
51