
ନୂଆପଡ଼ା -୨୯/୯ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମଖାପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋପିଆ ଗ୍ରାମରେ ଖରିଫ ଧାନ ବିହନ ରେ ମିଶ୍ରିତ ଧାନ ଅମଳ ଯୋଗୁ ଚାଷୀଙ୍କ ମୁଣ୍ଡ ରେ ଚଡ଼କ ପଡିଛି | ସୂଚନା ମୁତାବକ କୋପିଆ ସାଲେପଡାର ବିଧବା ମହିଳା ଚିତ୍ର ଭୋଇ ଙ୍କ ଦୁଇ ପୁଅ ଦେବାର୍ଚ୍ଚନ ଭୋଇ ଓ ସଦାନନ୍ଦ ଭୋଇ ଗତ ଜୁନ ମାସରେ ପୂଜା ଧାନ ନିକଟସ୍ଥ ଡିଲର ଚୈତନ୍ୟ ମେହେର ଙ୍କ ଠାରୁ ୩ ପକେଟ ବିହନ ଏକ ଏକର ଜମି ରେ ଅମଳ କରିବା ପାଇଁ ଆଣି ବୁଣି ଥିଲେ।ଠିକ ଧାନ ଅମଳ ହେବା ବେଳକୁ ଧାନ ବିହନରେ ଅନେକ ପ୍ରକାର ଧାନ ମିଶ୍ରିତ ଥିବା ଜଣାପଡିଛି। ଯା ଫଳରେ କିଛି ଧାନ ବାହାରି ଅମଳ କ୍ଷମ ସ୍ଥିତିରେ ଥିବାବେଳେ ଆଉ କିଛି ଧାନ ଛୋଟ ରହିଯାଇ ଥିବାରୁ ଚାଷୀଙ୍କ ପରିବାର ହତାଶ ହୋଇ କ୍ଷତି ପୂରଣ ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି । ଏହି ପରିବାର ଗରିବ ଶ୍ରେଣୀର ହୋଇ ଥିବାରୁ ଚାଷୀଙ୍କ ଦୁଃଖ କହିଲେ ନ ସରେ। ସେହିପରି ଶୀତଲିଖଲିଆ ଗ୍ରାମର ଭକୁଆ ଭୋଇ ମୁଣ୍ଡାପଳା ଗ୍ରାମର ଦେବସିଂ ନାଏକ ମଧ୍ୟ ଏହି ଧାନ ବିହନ ନେଇଥିଲେ ତାଙ୍କର ମଧ୍ୟ ଏହିପରି ହୋଇଥିବା ଅଭିଯୋଗ କରିଛନ୍ତି। ଏଭଳି ହେଳା କେମିତି ? ଚାଷୀ ଙ୍କ ସହ ଖେଳଖେଳି ଏଭଳି ଷଡ଼ଯନ୍ତ୍ର କରି ଅସୁବିଧା ରେ ପକାଇଥିବା ଲୋକ ଙ୍କ ବିରୋଧ ରେ ଖୋଲତାଡ଼ ହେବା ଜରୁରୀ ଅଟେ। ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଏହାର ଉଚିତ କ୍ଷତି ପୂରଣ ଦେବା ପାଇଁ ଚାଷୀକୂଳ ନିବେଦନ କରି ଛନ୍ତି।
ଧାନ ବିହନ କିଣିଲେ, ବୁଣିଲେ ଗୋଟିଏ : ବାହାରୁଛି ଅନେକ ପ୍ରକାର ମିଶ୍ରିତ ଧାନ।
73