49
ସମାବେଶରେ ଜିଲ୍ଲାର ପ୍ରଗତି ଏବଂ ଆଗାମୀ ଯୋଜନାକୁ ନେଇ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ରଖିଥିଲେ।
ନୂଆପଡ଼ା -୧୭/୬- ଓଡ଼ିଶାର ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ଦିଗରେ ନୂଆପଡ଼ା ଜିଲ୍ଲାରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ନ୍ୟାସନାଲ କଲେଜ ଅଡିଟୋରିୟମ୍ ଠାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ “ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା ସମାବେଶ” ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।


ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ଉଦ୍ୟୋଗୀ, ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ସରକାରୀ ଯୋଜନାର ହିତାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସରକାରଙ୍କ ଏହି ପ୍ରୟାସ ଯୁବପିଢ଼ିଙ୍କୁ କେବଳ ଚାକିରି ପଛରେ ନଦୌଡ଼ି ନିଜେ ‘ଜବ୍ କ୍ରିଏଟର’ ବା ରୋଜଗାରଦାତା ହେବାକୁ ଉତ୍ସାହିତ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ଜ଼ିଲ୍ଲା ସ୍ୱଚ୍ଛ ଭାରତ ସଂଯୋଜକ ଅନିଲ କୁମାର ଲେଙ୍କା ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ।