Home ରାଜ୍ୟବିଶିବାହାଲ: ୩୦ ତମ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଚାଳିଛି

ବିଶିବାହାଲ: ୩୦ ତମ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଚାଳିଛି

-ମାଁ ଗଜଲକ୍ଷ୍ମୀ ପୂଜା ୫ ଅକ୍ଟୋବର ୨୦୨୫ ରୁ ଆରମ୍ଭ ହୋଇ ଆସନ୍ତା ୮ ଅକ୍ଟୋବର ୨୦୨୫ ଦିନ ପୂର୍ଣାହୁତି ଓ କଳସ ବିସର୍ଜନ ହେବ-

by Maraguda Express
0 comments

ନୂଆପଡ଼ା -୬/୨୦ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବିଶିବାହାଲ ଗ୍ରାମ ରେ ୩୦ ତମ ମାଁ ଗଜଲକ୍ଷ୍ମୀ ଙ୍କ ପୂଜା ଚଳିତ ବର୍ଷ ମଧ୍ୟ ମହାଆଡମ୍ବର ସହକାରେ ପୂଜାବିଧି ସହ ପାଳନ ହେଉଅଛି। ଏହି ୩୦ ତମ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ବିଶିବାହାଲ ଠାରେ ଗତ ୫ ଅକ୍ଟୋବର ରୁ ଆରମ୍ଭ ହୋଇ ଆସନ୍ତା ୮ ଅକ୍ଟୋବର ୨୦୨୫ ଦିନ ପୂର୍ଣାହୁତି ଓ କଳସ ବିସର୍ଜନ ହେବ। ଏ ଅବସର ରେ ପୂଜକ ଭାବେ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ମାଁ ଗଜଲକ୍ଷ୍ମୀଙ୍କ ବିଧିବିଧାନ ସହ ଆଳତି ସେବା କରୁ ଥିବା ବେଳେ କର୍ତ୍ତା ରୂପେ ଦମ୍ପତି ମନ୍ଧର ମାଝୀ ଓ କମଳା ମାଝୀ ରହିଛନ୍ତି। ଲୋକଙ୍କ ମନୋରଞ୍ଜନ ପାଇଁ  ନାଟକ ର ଆୟୋଜନ୍ ହେଉଛି। ମାଁ ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି। ଉପରୋକ୍ତ ଆୟୋଜନ୍ ରେ ଗଜଲକ୍ଷ୍ମୀ ପୂଜା ପରିଚାଳନା କମିଟି ର ସଭାପତି ଡମ୍ବରୁଧର ମାଝୀ , ସମ୍ପାଦକ ସୁରେଶ ସଗରିଆ,ପବିତ୍ର ଭୋଇ ରହିଥିବା ବେଳେ ସମସ୍ତ ଆୟୋଜନ ରେ ଦିବାକର ପ୍ରଧାନ,ମାୟାଧର ପ୍ରଧାନ, ଗଙ୍ଗାଧର ମାଝୀ, ଗୋବର୍ଦ୍ଧନ ମିର୍ଦ୍ଧା,ବିକାଶ ନାୟକ, ଚନ୍ଦନ ଭୋଇ, କୌଶଳ ପ୍ରଧାନ ପ୍ରମୁଖ ସହ ସମସ୍ତ ବିଶିବାହାଲ ର ଗ୍ରାମ ବାସୀ ବୃନ୍ଦଙ୍କ ଆକଣ୍ଠ ସାହାଯ୍ୟ ସହଯୋଗ ରେ ଶାନ୍ତିପୂର୍ଣ୍ଣ ଭାବେ ମାଁ ଗଜଲକ୍ଷ୍ମୀଙ୍କ ପୂଜନୋତ୍ସବ ଚାଲିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha