Home ରାଜ୍ୟଅବୈଧ ନିଶା ବିରୋଧୀ କଡ଼ା ଅଭିଯାନ ଜାରି– ଫେବୃଆରୀ ମାସ ପର୍ଯ୍ୟନ୍ତ ୧୮୦୫ ମାମଲା ଚିହ୍ନଟ : ଜିଲ୍ଲା ଅବକାରୀ ବିଭାଗର ସମୀକ୍ଷା ବୈଠକ।

ଅବୈଧ ନିଶା ବିରୋଧୀ କଡ଼ା ଅଭିଯାନ ଜାରି– ଫେବୃଆରୀ ମାସ ପର୍ଯ୍ୟନ୍ତ ୧୮୦୫ ମାମଲା ଚିହ୍ନଟ : ଜିଲ୍ଲା ଅବକାରୀ ବିଭାଗର ସମୀକ୍ଷା ବୈଠକ।

by Maraguda Express
0 comments
ନୂଆପଡ଼ା -୧୩/୩ –  ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଅବକାରୀ ବିଭାଗର କର୍ଯ୍ୟାବଳୀ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ର ଆରମ୍ଭରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଚଳିତ ବର୍ଷର ବିଭାଗୀୟ କାର୍ଯ୍ୟନୁଷ୍ଠାନ ଓ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ।ବୈଠକରୁ ଜଣାଗଲା ଯେ ଜିଲ୍ଲାରେ ଅବୈଧ ମଦ ତିଆରି, ବିକ୍ରି ଓ ଚୋରାଚାଲାଣ ବିରୋଧରେ ଅବକାରୀ ବିଭାଗ ଦ୍ୱାରା ଜୋରଦାର ଅଭିଯାନ ଚାଲିଛି। ଚଳିତ ବର୍ଷ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ବିଭିନ୍ନ ଅଭିଯାନ ମାଧ୍ୟମରେ ମୋଟ ୧୮୦୫ଟି ମାମଲା ଚିହ୍ନଟ କରାଯାଇଥିବା ବେଳେ ୧୧୧୪ ଜଣଙ୍କୁ ଗିରଫ କରାଯାଇଛି।
ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ଚିହ୍ନଟ ମାମଲା ମଧ୍ୟରୁ ୭୧୬ଟି ମାମଲା ଅଦାଲତକୁ ଚାଲାଣ କରାଯାଇଛି ଓ ୮୫୯ଟି ମାମଲାରେ ଚାର୍ଜଶିଟ୍ ଦାଖଲ କରାଯାଇଛି। ଏହାସହ ୩୯୮ଟି ମାମଲାରେ ଧାରା ୩୫(୩) ବିଏନଏସ ଅନୁଯାୟୀ ନୋଟିସ ଜାରି କରାଯାଇଛି।
କେବଳ ଫେବୃଆରୀ ୨୦୨୬ ମାସରେ ୧୪୨ଟି ମାମଲା ଚିହ୍ନଟ କରାଯାଇଥିବା ବେଳେ ୯୩ ଜଣଙ୍କୁ ଗିରଫ କରାଯାଇଛି ଓ ୭୩ଟି ମାମଲା ଅଦାଲତକୁ ପ୍ରେରଣ କରାଯାଇଛି। ତଲାସୀ
ଅଭିଯାନ ସମୟରେ ବିପୁଳ ପରିମାଣର ଅବୈଧ ମଦ ଓ ସମ୍ପର୍କିତ ସାମଗ୍ରୀ ଜବତ କରାଯାଇଛି। ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ୩୧,୮୧୫ ଲିଟର ଆଇଡି ଲିକର, ୯,୯୧୬.୨ ବିଏଲ ଓଏସ ଲିକର, ୮,୨୯,୩୯୦ ଲିଟର ଫର୍ମେଣ୍ଟେଡ୍ ୱାସ୍, ୨୩୮ ବିଏଲ ଆଇଏମଏଫଏଲ, ୮୦୩ ବିଏଲ ବିୟର ଓ ୫,୫୭୦ ଲିଟର ତାଡ଼ି ଜବତ ହୋଇଛି।
ଏହାସହ ୨୩୦ କ୍ୱିଣ୍ଟାଲ ମହୁଲ ଫୁଲ, ୪୩୩ କିଲୋଗ୍ରାମ ଗଞ୍ଜେଇ, ୮.୫ ଲିଟର କଫ ସିରପ୍ ଓ ୩୦ କିଲୋଗ୍ରାମ ପୋଚ ଜବତ କରାଯାଇଛି।
ଅଭିଯାନ ସମୟରେ ଅବୈଧ ମଦ ପରିବହନରେ ବ୍ୟବହୃତ ୪୭ଟି ଦୁଇଚକିଆ ଓ ୧୧ଟି ଚାରିଚକିଆ ଯାନ ମଧ୍ୟ ଜବତ କରାଯାଇଛି।ଅବକାରୀ ବିଭାଗ ପକ୍ଷରୁ ଅବୈଧ ମଦ ବିରୋଧରେ ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଅଧିକ କଡ଼ା ଭାବେ ଜାରି ରହିବ ।ଗଞ୍ଜେଇ ଓ କଫ୍ ସିରଫ ଚୋରା ଚାଲାଣ ରୋକିବାକୁ ସମନ୍ୱିତ ଓ ଆହୁରି କଢ଼ା ଅଭିଯାନ ଜାରି ରଖିବା ସହ କୋର୍ଟ ଚାଲାଣ ମାମଲାକୁ ବଢ଼େଇବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଉକ୍ତ ସମୀକ୍ଷା ବୈଠକରେ ଅବକାରୀ ନିରୀକ୍ଷକ ହୀରାବତୀ ଥାଟି, ବୃନ୍ଦାବତୀ ଭୁଆ ଓ ଏ.ଏସ୍‌.ଆଇ. ବଳଭଦ୍ର ରାଉତ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha