95
ନୂଆପଡ଼ା – ୨୨/୦୭-ନୂଆପଡ଼ା ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଏସ୍.ଡି.ଓ., ଆର୍ ଆଣ୍ଡ ବି ସୁକାନ୍ତ ଗାର୍ଡିଆ ସମସ୍ତଙ୍କୁ ସ୍ୱାଗତ ଜଣାଇ ପୂର୍ବ ବୈଠକର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଓ ବୈଠକର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ।

