
ନୂଆପଡ଼ା -୧୧/୧୦ (ସୁରେନ୍ଦ୍ର ତିୱାରୀ) ଗତ ଦୁଇ ଦିନ ତଳେ ସ୍ଥାନୀୟ ନିୟୂଜ ପୋଟାଲ୍ ୱେବ୍ ସାଇଟ “ମାରାଗୁଡ଼ା ଏକ୍ସପ୍ରେସ” ରେ ବିଜେପି ପ୍ରାର୍ଥୀ ଚତୁର୍ଥ ଚେହେରା ଉପରେ ବିଚାର କରୁଥିବା କୁହାଯାଇଥିଲା ଯାହା ଆଜି ସତ୍ୟ ହୋଇଛି। ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପି ଦଳ ରେ ଯୋଗ ଦେଇଛନ୍ତି।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା, ଜୟନାରାୟଣ ମିଶ୍ର ଏବଂ ଅନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ବିଜେଡି ର ପଦଯାତ୍ରାରେ ଜୟ ଢୋଲକିଆଙ୍କୁ ଗତ ଚାରି ଦିନ ରୁ ଦେଖିବାକୁ ମିଳି ନଥିଲା । ସେବେଠାରୁ ଏକ ପ୍ରକାର ନିଶ୍ଚିତ ହୋଇଥିଲା ଯେ ଜୟ ଢୋଲକିଆ ବିଜେପି ଆଡ଼କୁ ଢଳୁଛନ୍ତି । ତାଙ୍କୁ ବିଜେପି ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେଲେ ନୂଆପଡ଼ାର ଅଙ୍କ ଓଲଟପାଲଟ ହୋଇଯିବ ଏବଂ ବିଜେପିର ବିଜୟ ସହଜସାଧ୍ଯ ହୋଇଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି । ଜୟ ଢୋଲକିଆ ଙ୍କ ବିଜେପି ପ୍ରବେଶ ପରେ ଆଶାୟୀ ପ୍ରାର୍ଥୀଙ୍କ ଆଶା ମଉଳି ଯାଇଛି। ସବୁ ଠୁ ଶ୍ରେଷ୍ଠ ନୀତି ହେଲା ରାଜନୀତି ଏଠାରେ ସବୁ ସମ୍ଭବ, ଦେଖା ଯାଉ ଆଗକୁ କଣ ହେଉଛି।
ମାରାଗୁଡା ଏକ୍ସପ୍ରେସ ର ଆକଳନ ଠିକ ହେଲା : ବିଜେପି ମଙ୍ଗ ଧରିଲେ ଜୟ ଢୋଲକିଆ
144
previous post