Home ରାଜ୍ୟଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ: ସାର ବିକ୍ରୟ କେନ୍ଦ୍ରରେ ଜିଲ୍ଲାପାଳଙ୍କ ଆକସ୍ମିକ ଯାଞ୍ଚ।

ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ: ସାର ବିକ୍ରୟ କେନ୍ଦ୍ରରେ ଜିଲ୍ଲାପାଳଙ୍କ ଆକସ୍ମିକ ଯାଞ୍ଚ।

by Maraguda Express
0 comments

Table of Contents

ନୂଆପଡ଼ା -୧୦/୦୮- ଚାଷୀମାନଙ୍କୁ ସରକାରୀ ନିର୍ଦ୍ଧାରିତ ମୂଲ୍ୟରେ ସାର ଯୋଗାଣ ସହ ଏହାର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବାକୁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ନୂଆପଡ଼ା ବ୍ଲକର ବିଭିନ୍ନ ସାର ବିକ୍ରୟ କେନ୍ଦ୍ରରେ ଆକସ୍ମିକ ଯାଞ୍ଚ କରିଛନ୍ତି।
🔎 ଯାଞ୍ଚ ସମୟରେ ସାଇପଲା ଓ ଖଇରାନୀ ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ସାର ବିକ୍ରୟ କେନ୍ଦ୍ରରେ ସାରର ଷ୍ଟକ୍‌, ଉପଲବ୍ଧତା, ବିକ୍ରୟ ରେକର୍ଡ ଓ ଆବଶ୍ୟକ କାଗଜପତ୍ର ଯାଞ୍ଚ କରାଯାଇଥିଲା।
👨‍🌾 ଚାଷୀମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ଯୋଗାଣ, ଷ୍ଟକ୍‌ର ସଠିକ୍‌ ରେକର୍ଡ ସଂରକ୍ଷଣ ଏବଂ ବିକ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀ ଓ ବିକ୍ରେତାଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
⚠️ ଯାଞ୍ଚ ବେଳେ କେତେକ କ୍ଷେତ୍ରରେ ଅସଙ୍ଗତି ଦୃଷ୍ଟିଗୋଚର ହେବା ପରେ ଏହାକୁ ଗୁରୁତ୍ୱର ସହ ନେଇ ସମ୍ପୃକ୍ତ ବିକ୍ରେତାଙ୍କ ବିରୋଧରେ ନିୟମାନୁଯାୟୀ ନୋଟିସ୍‌ ଜାରି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
✅ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ସାର ଯୋଗାଣ, ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରୟ ଏବଂ ସାର ବିକ୍ରୟ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ଵ    ନିଶ୍ଚିତ କରିବା ପାଇଁ ଜିଲ୍ଲାରେ ଏଭଳି ଯାଞ୍ଚ ଓ ନିରୀକ୍ଷଣ ଆଗକୁ ମଧ୍ୟ ଜାରି ରହିବ।

📢 ଚାଷୀଙ୍କ ହିତରେ ପ୍ରଶାସନର କଡ଼ା ନଜର!

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha