
ନୂଆପଡ଼ା -୧୮/୧୦ (ସୁରେନ୍ଦ୍ର ତିୱାରି) ନୂଆପଡ଼ା ଜିଲ୍ଲା ର ବ୍ୟସ୍ତ ବହୁଳ ଖରିଆରରୋଡ଼ ରେଲୱେ ଷ୍ଟେସନ ରେ ରେଲୱେ ମେନେଜର କାର୍ଯ୍ୟାଳୟ ସମ୍ମୁଖରେ ବେଧଡ଼କ ମନଇଛା ଦରରେ ବିକ୍ରୀ ଚାଲିଛି ଜଳଖିଆ । ରେଳ ବିଭାଗ ଦ୍ୱାରା ପ୍ଲାଟଫର୍ମ ନମ୍ବର-୧ ରେ ଚା ଦୋକାନ ପାଇଁ ଲାଇସେନ୍ସ ପ୍ରାପ୍ତ ଠିକାଦାର ଭାବେ ନିୟୋଜିତ ହୋଇଛନ୍ତି ଜି.ପି.ଗୁପ୍ତା । ଅଥଚ ଏଠାରେ କେବଳ ଚା କଫି ବ୍ୟବସାୟ ଚାଲେନାହିଁ। ଏଥି ସହ ସମୋସା, ଆଳୁଚପ ଆଦି ଜଳଖିଆ ସାମଗ୍ରୀଓ ବିସ୍କୁଟ ଆଦି ର ମଧ୍ୟ ବ୍ୟବସାୟ ଚାଲେ। ଆଇ. ଆର. ସି. ଟି. ସି ଦ୍ୱାରା ଚଳନ୍ତା ଟ୍ରେନ ଓ ପ୍ଲାଟଫର୍ମ ରେ ନିର୍ଦ୍ଧାରିତ ଓଜନ ମାତ୍ରା ର ଚା ଓ କଫି ସହ ଜଳଖିଆ ସାମଗ୍ରୀ ପାଇଁ ଦର ନିର୍ଦ୍ଧାରିତ ହୋଇଛି। ଏହାସତ୍ୱେ ଉକ୍ତ ଚା ଦୋକାନ ରେ ବାହାର ହୋଟେଲ ସାମଗ୍ରୀ ଅଣାଯାଇ ନିର୍ଦ୍ଧାରିତ ଦର ରୁ ଅଧିକ ଦରରେ ସମୋସା, ଆଳୁ ଚପ ଭଳି ଜଳଖିଆ ସାମଗ୍ରୀ ବିକ୍ରୀ ହେଉଥିବା ଷ୍ଟେସନ ମାଷ୍ଟର ଙ୍କ ଠାରେ ଲିଖିତ ଅଭିଯୋଗ ହୋଇଛି। ଉପରୋକ୍ତ ସାମଗ୍ରୀ ଗୋଟାକୁ ଦଶ ଟଙ୍କା ରେ ବିକ୍ରୀ ପାଇଁ ଦର ଧାର୍ଯ୍ୟ ହୋଇଥିବା ବେଳେ ତଥା ଦୋକାନ ସମ୍ମୁଖ ରେ ଲାଗିଥିବା ଦର ତାଲିକା ରେ ଏହାର ମୂଲ୍ୟ ଦଶ ଟଙ୍କା ବୋଲି ପ୍ରଦର୍ଶିତ ହୋଇ ଥିବା ବେଳେ ଗ୍ରାହକ ଙ୍କ ଠାରୁ ଜୋର ଜବରଦସ୍ତ ଗୋଟିଏ ପ୍ରତି ବାର ଟଙ୍କା ଅସୁଲି କରାଯାଉଛି.। ଏପରିକି ସାମଗ୍ରୀ କ୍ରୟ ସପକ୍ଷରେ ବିଲ ଦାବୀ କଲେ ବିଲ ଦେବାକୁ ମନାକରିବା ସହ ଜି. ଏସ. ଟି ବାଟ ମାରଣ ହେବାର ଆଶଙ୍କା ହେଉଛି। ଏହା ସତ୍ୱେ ଗ୍ରାହକ ବିଲ ଦେବା ପାଇଁ ବାରମ୍ବାର ଦାବୀ କଲେ ନିଜ ଚା ଦୋକାନ ର ଜି.ଏସ.ଟି. ବିଲ ଦେବା ପରିବର୍ତ୍ତେ ନିଜ ସମ୍ପର୍କୀୟ ଙ୍କ ଆମସେନା ଛକ ସ୍ଥିତ ଗୁପ୍ତା ସ୍ୱିଟ ରେସଟୁରେଣ୍ଟ ନାମରେ ଏକ ବିନା ଜି. ଏସ. ଟି ଯୁକ୍ତ ବିଲ ଗ୍ରାହକ ଙ୍କୁ ବୋକା ବନାଉଥିବା ଭଳି ସଂଗୀନ ଅଭିଯୋଗ ରହିଛି। ଏ ସମ୍ବନ୍ଧରେ ଷ୍ଟେସନ ମାଷ୍ଟର ଙ୍କୁ ଯୋଗାଯୋଗ କରିବାରୁ ପୂର୍ବରୁ ଖାଉଟି ଙ୍କ ଠାରୁ ଅଭିଯୋଗ ମିଳିନଥିବାରୁ ନିଜ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ପ୍ରକାଶ କରିଥିଲେ। ତେବେ ଷ୍ଟେସନ ମେନେଜର ଙ୍କ ଅନୁପସ୍ଥିତି ପାଇଁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏଭଳି ଜନସ୍ୱାର୍ଥ୍ୟ ସମ୍ବଳିତ ଅଭିଯୋଗ କୁ ଗୁରୁତର ସହ ବିଚାର କରି ରେଳ ପ୍ରଶାସନ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି। କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ରେ ରହିଥିବା ଏକ ଦୋକାନ ରୁ ରେଳଯାତ୍ରୀ ଲୋକନାଥ ମହାପାତ୍ରଙ୍କ ଠାରୁ କୋଲ୍ଡ ଡ୍ରିଙ୍କ ୪୦ ଟଙ୍କା ମୂଲ୍ୟ ଉଲ୍ଲେଖ ଥିବା ବେଳେ ବୋତଲ ୫୦ ଟଙ୍କା ନେଇ ଥିଲେ। ପ୍ରତିବାଦ କରିବାରୁ ୫୦ ଦିଅ ନଚେତ୍ ଚାଲିଜ ବୋଲି ଦୁର୍ବ୍ୟବହାର କରିଥିଲେ। ଉପରୋକ୍ତ କେତେ ଘଟଣା ଉଦାହରଣ ମାତ୍ର ଏକ୍ସପ୍ରେସ ଓ ସୁପର ଫାଷ୍ଟ ଟ୍ରେନ୍ ରେ ମଧ୍ୟ ଯାତ୍ରୀ ଙ୍କୁ ବାସୀ ଖାଦ୍ୟ ଦେଇ ଚଡା ଦର ରେ ବିକ୍ରୀ କରୁଛନ୍ତି। ପ୍ରତିବାଦ କଲେ ଓଲଟା ଧମକ ଦେଉଛନ୍ତି। ରେଳ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।

ଖରିଆର ରୋଡ : ଚଢା ଦରରେ ବିକ୍ରୀ ହେଉଛି ରେଳବାଇ ଜଳଖିଆ।
88