47

ନୂଆପଡା -୨୪/୦୩- ନୂଆପଡ଼ା ଜିଲ୍ଲାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ନବଗଠିତ “ମା ଇନ୍ଦ୍ରାଦେଇ ବହୁମୁଖୀ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଲିମିଟେଡ୍, ପେଣ୍ଡ୍ରାବନ୍ଧ” ମାଧ୍ୟମରେ ମାଛ ଆଙ୍ଗୁଳିକା ଓ ଚିଙ୍ଗୁଡ଼ି ଯାଆଁଳା ଗଚ୍ଛିତ କାର୍ଯ୍ୟକ୍ରମ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ମଧୁସୁଦନ ଦାଶ, ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ୍ ସିଂ, ଖଡିଆଳ, କୋମନା ଓ ବୋଡେନ ବ୍ଲକ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ, ପଞ୍ଚାୟତ ସମିତି ଖଡିଆଳ ଓ କୋମନା ବ୍ଲକ୍ର ଅଧ୍ୟକ୍ଷା ମାନେ ଏବଂ ଖଡ଼ିଆଳ ବିଧାୟକଙ୍କ ପ୍ରତିନିଧି ଉପସ୍ଥିତ ଥିଲେ।

