Home ରାଜ୍ୟମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପରେ : ବାସି ଖାଦ୍ୟ ଖାଇ ୧୫ ଗାଈ ମୃତ।

ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପରେ : ବାସି ଖାଦ୍ୟ ଖାଇ ୧୫ ଗାଈ ମୃତ।

by Maraguda Express
0 comments

ନୂଆପଡ଼ା -୧୯/୧୦(ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲା ଗୋତମା ଗ୍ରାମରେ ଗୋମଡ଼କ ଦେଖିବାକୁ ମିଳିଛି। ବାସିଖାଦ୍ୟ ଖାଇ ୧୫ ଗାଈ ପ୍ରାଣ ହରାଇଥିବାବେଳେ ୩୦ରୁ ଅଧିକ ଗାଈ ଅସୁସ୍ଥ ହୋଇପଡ଼ିଛନ୍ତି।
ଜିଲ୍ଲା ସଦର ମହକୁମାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଗତ ୧୬ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନୂଆପଡ଼ା ଗସ୍ତରେ ଆସିଥିଲେ। ଏଥିପାଇଁ ଗୋତମା ଉଡାଜାହାଜ ଅବତରଣ ପଡିଆ ନିକଟରେ ଏକ ସାଧାରଣ ସଭା କରାଯାଇଥିଲା। ଏହି ସଭାରେ ପ୍ରାୟ ୧୫ରୁ ୨୦ ହଜାର ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ସେହି ଅନୁରୂପ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ମାତ୍ର ଛଅରୁ ସାତ ହଜାର ଲୋକଙ୍କ ସମାଗମ ହୋଇଥିଲା। ତେଣୁ ପ୍ରଚୁର ଖାଦ୍ୟ ବଳି ଯାଇଥିଲା। ଆୟୋଜକମାନେ ବଳକା ଖାଦ୍ୟକୁ ଗୋତମା ନିକଟବର୍ତ୍ତୀ ଡୁମେର ପାନି ରାସ୍ତାରେ ଫିଙ୍ଗି ଦେଇଥିଲେ। ସେହି ଫିଙ୍ଗା ଖାଦ୍ୟକୁ ଖାଇ ଗୋତମା ଗ୍ରାମର ପ୍ରାୟ ୪୦ରୁ ୫୦ ଗୋରୁ ଗାଈ ଅସୁସ୍ଥ ହୋଇପଡ଼ିଥିଲେ। ସେଥିରୁ ସୁରେନ୍ ସାହୁ, ହେମନ୍ତ ସାହୁ, ସୂର୍ଯ୍ୟକାନ୍ତ ସାହୁ, ମିଟୁ, ବଳରାମ ଶବର, ଚୁନୀ ସାହୁ, ଲାଲ ସାହୁ, ରାମେଶ୍ବର ସାହୁଙ୍କ ପ୍ରାୟ ୧୫ଟି ଗାଈ ମୃତ୍ୟୁ ବରଣ କରିଥିଲା ବେଳେ ୩୦ରୁ ଅଧିକ ଗାଈ ଅସୁସ୍ଥ ଅଛନ୍ତି। ଏଭଳି ଘଟଣା ଫଳ ରେ ଅଞ୍ଚଳ ରେ ଅସନ୍ତୋଷ ଦେଖା ଦେଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha