ନୂଆପଡା- ୨୮/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ବିଧାନସଭା ଉପନିର୍ବାଚନରେ ହୋମ୍ ଭୋଟିଂ ପାଇଁ ନିଯୁକ୍ତ ପ୍ରିଜାଇଡିଂ ଅଫିସର୍ , ଫାଷ୍ଟ ପୋଲିଂ ଅଫିସର୍ ଓ ମାଇକ୍ରୋ ନିରୀକ୍ଷକ ମାନଙ୍କୁ ଆଜି ସ୍ଥାନୀୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ତାଲିମ୍ ପ୍ରଦାନ କରଯାଇଥିଲା l ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏ ପି ଡି କ୍ଷମାନିଧି ଭୋଇ ଓ ନିର୍ବାଚନ ଡେପୁଟୀ କଲେକ୍ଟର ଶେଖ୍ ନସିମ
ଅଧିକାରୀ ମାନଙ୍କୁ ପାୱାର ପଏଣ୍ଟ ମାଧ୍ୟମରେ ବିଶଦ ଭାବରେ ବୁଝାଇଥିଲେ l ସୂଚନାଯୋଗ୍ୟ ଯେ ନିର୍ବାଚନ କମିଶନ୍ ଙ୍କ ନିର୍ଦ୍ଦେଶ କ୍ରମେ ୮୫ ବର୍ଷରୁ ଉର୍ଦ୍ଧ୍ବ ଏବଂ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ମତଦାତାମାନେ ଏହି ସୁବିଧା ପାଇବେ l ଏହି ପ୍ରକ୍ରିୟାରେ ନିଜ ଘରେ ଥାଇ ସେମାନେ ନିଜ ମନ ପସନ୍ଦ ପ୍ରାର୍ଥୀଙ୍କୁ ପୋଷ୍ଟାଲ ବେଲଟ ମାଧ୍ୟମରେ ଭୋଟ ଦେଇ ପାରିବେ l ଏଥିପାଇଁ ନିର୍ବାଚନ ସୂଚିତ ହେବା ପରେ, ଜଣେ ବୁଥ୍ ସ୍ତରୀୟ ଅଧିକାରୀ (ବି ଏଲ୍ ଓ) ଫର୍ମ ୧୨ଡି ପ୍ରଦାନ କରିବା ପାଇଁ ପଞ୍ଜିକୃତ, ଯୋଗ୍ୟ ଭୋଟରଙ୍କ ଘରକୁ ଯାଆନ୍ତି। ପାଞ୍ଚ ଦିନ ମଧ୍ୟରେ ଫର୍ମ ୧୨ଡି ପୂରଣ କରି ବିଏଲଓ ଙ୍କ ନିକଟରେ ଦାଖଲ କରିବାକୁ ପଡେ।ଭୋଟର ତାଲିକା ପ୍ରକାଶନ ପରେ ଭୋଟରଙ୍କୁ ଏସଏମଏସ କିମ୍ବା ପୋଷ୍ଟ ମାଧ୍ୟମରେ ମତଦାନ ଦଳର ପରିଦର୍ଶନର ତାରିଖ ଏବଂ ସମୟ ବିଷୟରେ ସୂଚନା ଦିଆଯାଏ। ନିର୍ଦ୍ଧାରିତ ତାରିଖରେ, ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଭିଡିଓଗ୍ରାଫରଙ୍କ ସହିତ ମତଦାନ ଅଧିକାରୀଙ୍କ ଏକ ଦଳ ଭୋଟରଙ୍କ ବାସଭବନ ପରିଦର୍ଶନ କରିବେ। ଭୋଟଦାତା ଗୋପନୀୟ ଭାବରେ ପୋଷ୍ଟାଲ୍ ବାଲଟ୍ ବ୍ୟବହାର କରି ଭୋଟ ଦେବେ l
ସ୍ୱଚ୍ଛତା ଏବଂ ଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ।ପୋଲିଂ ଅଧିକାରୀମାନେ ପୋଷ୍ଟାଲ୍ ବାଲଟ୍ ସୁରକ୍ଷିତ ଭାବରେ ସଂଗ୍ରହ କରି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିବେ l ଏହି ପ୍ରକ୍ରିୟା ସମ୍ବନ୍ଧୀୟ ଅଧିକାରୀ ମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଶ୍ରୀ ଧରୁଆ ଓ ଶ୍ରୀ ଭୋଇ ରଖିଥିଲେ l ନୂଆପଡାରେ ୩୦ ଅକ୍ଟୋବର ରୁ ୨ ନଭେମ୍ବର ଭିତରେ ଏହି ହୋମ୍ ଭୋଟିଂ ହେବ l ଏହି ସୁବିଧାରୁ କେହି ଜଣେ ବି ଯୋଗ୍ୟ ମତଦାତା ଯେମିତି ବଞ୍ଚିତ ନ ହୁଅନ୍ତି ତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆପଡା ଉପନିର୍ବାଚନରେ ହୋମ୍ ଭୋଟିଂ ପାଇଁ ଅଧିକାରୀ ମାନଙ୍କୁ ତାଲିମ୍ ପ୍ରଦାନ।
ସମ୍ପୂର୍ଣ୍ଣ ସ୍ବଚ୍ଛତା ସହ ହୋମ୍ ଭୋଟିଂ ହେବ, କେହି ଜଣେ ବି ଭୋଟର୍ ମତଦାନ ସୁଯୋଗରୁ ବଞ୍ଚିତ ହେବେନାହିଁ - ଜିଲ୍ଲାପାଳ
48