Home ରାଜ୍ୟମାରୱାଡ଼ି ସମାଜ ର ଦୀପାବଳୀ ମିଳନ।

ମାରୱାଡ଼ି ସମାଜ ର ଦୀପାବଳୀ ମିଳନ।

by Maraguda Express
0 comments

ନୂଆପଡ଼ା -୭/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ମାରୱାଡ଼ି ସମାଜ ତରଫରୁ ଦୀପାବଳି ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଅଗ୍ରେସନ ଭବନ ଠାରେ ଆୟୋଜିତ ଏହି କାର୍ଯ୍ଯକ୍ରମ ଆରମ୍ଭରେ ପ୍ରଥମ ଥର ପାଇଁ ଗାୟତ୍ରୀ ଦୀପଯଜ୍ଞ କରାଯାଇ ଦୀପାବଳି ପାଳନର ମହତ୍ବ ବିଷୟରେ ଆଲୋଚନା କରାଯାଇଥିଲା । କାର୍ଯ୍ଯକ୍ରମର ମୁଖ୍ୟ ଯଜମାନ ଭାବରେ ମୀନା ଜୈନ ଓ ପ୍ରଦୀପ କୁମାର ଜୈନ ଉପସ୍ଥିତ ଥିବା ବେଳେ ପୂଜକ ଭାବରେ ଯୁଗ ପୁରୋହିତ ଚରଣ ସିଂହ ୟାଦବ ଦାୟିତ୍ବରେ ଥିଲେ । ମୁଖ୍ୟ ସଂଯୋଜକ ହରିଓମ୍ ଜିନ୍ଦଲ ଓ ଶୈଳେଶ ଅଗ୍ରୱାଲ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ । ଏ ଅବସରରେ ଆଗାମୀ ଜାନୁଆରୀ ମାସରେ ଗଣ୍ତାବାହାଲୀ ଠାରେ ହେବାକୁ ଥିବା ଗାୟତ୍ରୀ ମହାଯଜ୍ଞ ପ୍ରସଙ୍ଗରେ ମଧ୍ଯ ଆଲୋଚନା କରାଯାଇଥିଲା । କାର୍ଯ୍ଯକ୍ରମ ସଫଳତାରେ ମାରୱାଡି ସମ୍ପ୍ରଦାୟ ର ସମସ୍ତ ସଦସ୍ୟା ଓ ସଦସ୍ୟ ସହଯୋଗ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha