Home ରାଜ୍ୟଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ମେଗା ବାଇକ ରାଲି ଅନୁଷ୍ଠିତ l ଗୁଡ ସାମାରିଟାନ୍ ଓ ସଡ଼କ ସାଥୀ ସମ୍ମାନିତ ହେଲେ।

ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ମେଗା ବାଇକ ରାଲି ଅନୁଷ୍ଠିତ l ଗୁଡ ସାମାରିଟାନ୍ ଓ ସଡ଼କ ସାଥୀ ସମ୍ମାନିତ ହେଲେ।

by Maraguda Express
0 comments

Table of Contents

ନୂଆପଡ଼ା -୩୦/୧- ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଆଜି ନୂଆପଡ଼ା ଜିଲ୍ଲାରେ ଆଞ୍ଚଳିକ ପରିବହନ ବିଭାଗ ଆନୁକୁଲ୍ୟରେ ଏକ ମେଗା ବାଇକ୍ ରାଲି ଆୟୋଜିତ ହୋଇଯାଇଛି। ଏହି ରାଲିର ମୁଖ୍ୟ ଥିମ୍‌ ଥିଲା — “ସଚେତନତାରୁ ସୁରକ୍ଷା, ପ୍ରଯୁକ୍ତିରୁ ପରିବର୍ତ୍ତନ”।
ସଡକ ସୁରକ୍ଷା ମାସ ଜାନୁୟାରୀ ୧ ତାରିଖରୁ ୩୧ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି ସଡକ ସୁରକ୍ଷା ନିୟମ ପାଳନ କରିବା ଓ ସଡକ ଦୁର୍ଘଟଣାରୁ ଦୂରେଇ ରହିବା ।
ଏହି ବାଇକ୍ ରାଲିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ ଯୋଗଦେଇ ରାଲିର ନେତୃତ୍ୱ ନେଇଥିଲେ। ଜିଲ୍ଲାପାଳ, ଏସପି, ଅତିରିକ୍ତ ଜିଲ୍ଲାପାଳ , ଉପ ଜିଲ୍ଲାପାଳ ,ଆରଟିଓ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଏହି ରାଲି କଲେକ୍ଟର କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଖରିଆର ରୋଡ୍ ପର୍ଯ୍ୟନ୍ତ ଯାଇ ପୁନଃ କଲେକ୍ଟରେଟ୍‌ରେ ଶେଷ ହୋଇଥିଲା।ରାଲି ପରେ କଲେକ୍ଟରେଟ୍ ପରିସରରେ ଆୟୋଜିତ ସଭାରେ ଚାରିଜଣ ଗୁଡ୍ ସାମାରିଟାନ୍ — ସୁନୀଲ କୁମାର ସାହୁ, ଗୁଲସନ କୁମାର ସାହୁ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଓ ନରେଶ ନାୟକଙ୍କୁ ୨,୦୦୦ ଟଙ୍କା ଚେକ୍, ମାନପତ୍ର ଓ ହେଲମେଟ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ଶିକ୍ଷକ, ସମାଜସେବୀ ଓ ରକ୍ତଦାତା କିଶୋର କୁମାର ପରିଡ଼ା, ଶିକ୍ଷକ ସୁକାନ୍ତ କୁମାର ସତପଥୀ, ରକ୍ତଦାତା ମନୋଜ କୁମାର ଡାଗା, ସଡ଼କ ସୁରକ୍ଷା ସକ୍ରିୟ ସହଯୋଗୀ ଉପେନ୍ଦ୍ର ସାହୁ, ଗିରିଶ କୁମାର ମାଣିକ ଓ ଯାଜ୍ଞସେନୀ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା।ସଭାରେ ଉଦ୍‌ବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ କେବଳ ଜରିମାନାରୁ ବଞ୍ଚିବା ପାଇଁ ନୁହେଁ, ନିଜ ସୁରକ୍ଷା ପାଇଁ ହେଲମେଟ୍ ପିନ୍ଧିବା ଅତ୍ୟନ୍ତ ଆବଶ୍ୟକ। ଲୋକମାନେ ନିଜ ମନୋଭାବ ପରିବର୍ତ୍ତନ କରି ସଡ଼କ ନିୟମକୁ କଢ଼ାକଡ଼ିଭାବେ ଅନୁସରଣ କରିବା ଉଚିତ ବୋଲି ସେ କହିଥିଲେ।ଏସପି ଅମ୍ରିତପାଲ ସିଂ କହିଥିଲେ ଯେ ନୂଆପଡାରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଏକ ଜନ ଆନ୍ଦୋଳନର ରୂପ ନେଇଛି। ସମସ୍ତ ଅଧିକାରୀ ଓ ସାଧାରଣ ଲୋକଙ୍କ ସହଭାଗିତାରେ ଜିଲ୍ଲାର ଅନେକ ଗାଁକୁ ଯାଇ ସଚେତନତା ସୃଷ୍ଟି କରାଯାଇଛି। ଶିଳ୍ପୀମାନଙ୍କ ଦ୍ୱାରା ‘ଯମରାଜ’ ଭୂମିକା ମାଧ୍ୟମରେ ଅଭିନବ ଭାବାରେ ସଡ଼କ ସୁରକ୍ଷା ବାର୍ତ୍ତା ପ୍ରସାର କରାଯାଇଛି ବୋଲି ସେ କହିଥିଲେ। ସେ ସମସ୍ତଙ୍କୁ ସଡ଼କ ନିୟମ ମାନିବା ସହ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ଏବଂ ଗୁଡ୍ ସାମାରିଟାନ୍‌ମାନେ କୌଣସି ଆଇନଗତ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ।

 

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମୀ ସୋରେନ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀମତୀ ଶର୍ମିଳା ମହାରଣା ଓ ଏସ୍‌ବିଆଇ ଶାଖା ପ୍ରବନ୍ଧକ ଶ୍ରୀ ଲିଙ୍କନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଷ୍ଟେଟ ବ୍ୟାଙ୍କ ନୂଆପଡା ତରଫରୁ ପୁରସ୍କାର ପାଇଁ ଦଶଟି ହେଲମେଟ ମୁଖ୍ୟ ପରିଚାଳକ ପ୍ରଦାନ କରିଥିଲେ l
ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀମତୀ ଶର୍ମିଳା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha