Home ରାଜ୍ୟମାଁ ଗଡ଼ିଆଣି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ମାଣ୍ତିଆରୁଚାକୁ ହରାଇ ରାଣିମୁଣ୍ତା ଚମ୍ପିୟନ

ମାଁ ଗଡ଼ିଆଣି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ମାଣ୍ତିଆରୁଚାକୁ ହରାଇ ରାଣିମୁଣ୍ତା ଚମ୍ପିୟନ

by Maraguda Express
0 comments

ନୂଆପଡ଼ା -୧୭/୧୧ (ସୁରେନ୍ଦ୍ର ତିୱାରୀ) କାପସି ସ୍ଥିତ ସିନାପାଲି କଲେଜ ସମ୍ମୁଖ ଖେଲ ପଡ଼ିଆରେ ବ୍ଲକ ଲେବଲ ସ୍ପୋଟ୍ସ କ୍ଲବ ଦ୍ୱାରା ଆୟୋଜିତ ପଂଚ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନଲ ଖେଲ ରାଣିମୁଣ୍ତା ଓ ମାଣ୍ତିଆରୁଚା ଦଳ ମଧ୍ଯରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାଣିମୁଣ୍ତା ଦଳ ବିଜୟ ଲାଭ କରିଥିଲେ । ଫାଇନଲ ଖେଲର ମୁଖ୍ଯ ଅତିଥି ଭାବରେ ଆୟୁବ ଖାଁ ଓ ସମ୍ମାନିତ ଅତିଥି ଭାବରେ ତ୍ରିନାଥ ମେହେର, ବୈଷ୍ଣବ ମେହେର, ବଂଶୀଧର ଜଗତ, ନରୋତ୍ତମ ମାଝୀ, ଆଲୋକ ମେହେର, ଜଗନ୍ନାଥ ସାଗର, ସ୍ବରୂପ ଯୋଷୀ, ଝସକେତନ ରଣା, ହରେଶ ମେହେର, ପ୍ରଦ୍ଯୁମ୍ନ ସିଂହ ଚିନ୍ଦା, ଡୋଳାମଣି ସାଗର, ଶଶିଭୂଷଣ ଜଗତ, ଚୈତନ୍ଯ ମଶ୍ରା ପ୍ରମୁଖ ଯୋଗଦେଇ ଉଭୟ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । ଟୁର୍ଣ୍ଣାମେଣ୍ଟର ଭିନ୍ନଭିନ୍ନ ଦିବସରେ ରେଫରି ଦେବାଶିଷ ଯୋଷୀ, ରିକୁ ମାଝୀ, ବିଭାଷଣ ମାରାଣ୍ତି, ସୁଦୀପ୍ତ ଯୋଷୀ, ବବଲୁ ମାଝୀ, ଜଗା ସା, ଅଜୟ ବାଗ, ଯଶୋବନ୍ତ ସା ଖେଲ ପରିଚାଲନା କରିଥିଲେ । ନରେଶ ମାଝୀ, ଜଗଦିଶ ନାଗ, ଅରବିନ୍ଦ ହୋତା ଧାରାବିବରଣୀ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟ ଆୟୋଜନରେ ଅଜୟ ବାଗ, ଡଗର ଲୋହାର ସମେତ ତରୁଣ, ପିକୁ, ଡିଲେ, ବିଦ୍ଯା, ଯୁଗେଶ୍ବର, ଆତଙ୍କ, ତନ୍ମୟ, ଶିବୁ, ଉଆଁସୁ ପ୍ରମୁଖ ସହଯୋଗ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha