Home ରାଜ୍ୟଛିନ୍ଦେଇକେଲା ଗ୍ରାମ ରେ ଶ୍ରୀ ଶ୍ରୀ ସତ୍ୟସାଇ ବାବା ଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ପାଳିତ।

ଛିନ୍ଦେଇକେଲା ଗ୍ରାମ ରେ ଶ୍ରୀ ଶ୍ରୀ ସତ୍ୟସାଇ ବାବା ଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ପାଳିତ।

by Maraguda Express
0 comments

ନୂଆପଡ଼ା -୨୪/୧୧ (ସୁରେନ୍ଦ୍ର ତିୱାରୀ) ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଗ୍ରାମ ରେ ଶ୍ରୀ ଶ୍ରୀ ସତ୍ୟସାଇ ବାବା ଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ହର୍ଷ ଉଲ୍ଲାସ ରେ ପାଳିତ ହୋଇ ଯାଇଛି।ଭଜନ ମଣ୍ଡଳୀ ଆନୁକୂଲ୍ୟରେ ଗତ କାଲି ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୦ତମ ଜନ୍ମଦିନ ଅବସର ରେ ପ୍ରାତଃ ୫ ଟାରେ ନଗର ସଙ୍କୀର୍ତ୍ତନ କରାଯାଇଥିଲା । ସନ୍ଧ୍ୟା ୬ ଟା ସମୟରେ ବେଦଧ୍ୱନି ହୋଇଥିଲା। ଶ୍ରୀ ଶ୍ରୀ ବାବାଙ୍କ ୧୦୦ ତମ ଜନ୍ମଲଗ୍ନ ଘୋଷଣା କରାଯାଇ ଭଜନ ଓ କୀର୍ତ୍ତନ କରାଯାଇଥିଲା |ଆବାହକ ପତିତପାବନ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସତସଙ୍ଗ ରେ ସନ୍ତୋଷ କୁମାର ପାଢ଼ୀ ବାବାଙ୍କ ଜୀବନୀ ଓ ଅବତାର ର ଉଦ୍ଧେଶ୍ୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ |ହିଂସା, ଗର୍ବ, ଅହଂକାର ଛାଡି ସମସ୍ତେ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପରସ୍ପରକୁ ସହଯୋଗ ଓ ଭଲ ପାଇବା ଦେଇ ଆଗକୁ ବଢନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ସର୍ବଶ୍ରୀ ସୁଧାଂଶୁ ଶେଖର ସେଠ, ନିରୋଜ ସାହୁ, ସୁନୀଲ ସାହୁ, ପ୍ରଶାନ୍ତ ସାହୁ, ଫକୀର ମୋହନ ବାରିକ, ସୁରଥ ସାହୁ,ସୁଦାମ ଚରଣ ସାହୁ,ହେମ ସାଗର ସାହୁ,ପିଣ୍ଟୁ ସାହୁ, ଜିତୁ ସାହୁ,ବୀଣା ସାହୁ, ସନ୍ତୋଷିନି ସାହୁ, ଦମୟନ୍ତୀ ସାହୁ, ବୀଣାପାଣି ସାହୁ,ଶିବାନୀ ସାହୁ, ରାନୀ ସାହୁ, ବେବି ସାହୁ ପ୍ରମୁଖ ସହଯୋଗ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ପୂର୍ବତନ ଆବାହକ ସୁନୀଲ ସାହୁ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha