Home ରାଜ୍ୟନୂଆପଡ଼ାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକ :୨୧ତମ ପଶୁଧନ ଗଣନାର ତଥ୍ୟ ପ୍ରକାଶ; ଉତ୍କୃଷ୍ଟ ପ୍ରାଣୀ ପାଳକଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ।

ନୂଆପଡ଼ାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକ :୨୧ତମ ପଶୁଧନ ଗଣନାର ତଥ୍ୟ ପ୍ରକାଶ; ଉତ୍କୃଷ୍ଟ ପ୍ରାଣୀ ପାଳକଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ।

by Maraguda Express
0 comments

Table of Contents

ନୂଆପଡ଼ା -୨୧/୦୯- ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସୁଖେନ୍ଦୁ ରାୟ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ଓ ଉପଲବ୍ଧି ସମ୍ପର୍କରେ ଜିଲ୍ଲାପାଳଙ୍କୁ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହ ୨୧ତମ ପଶୁଧନ ଗଣନାର ଜିଲ୍ଲାସ୍ତରୀୟ ତଥ୍ୟ ମଧ୍ୟ ବୈଠକରେ ପ୍ରଦର୍ଶିତ ହୋଇଥିଲା।

📊 ଜିଲ୍ଲାରେ ୧.୧୪ ଲକ୍ଷରୁ ଅଧିକ ଗୋ-ସମ୍ପଦ                                                                                                                                               ଗଣନା ଅନୁଯାୟୀ, ନୂଆପଡ଼ା ଜିଲ୍ଲାରେ ୮୦,୩୨୮ଟି ଗୋରୁ ଓ ୩୪,୦୩୨ଟି ଗାଈ, ମିଶାଇ ମୋଟ ୧,୧୪,୩୬୦ଟି ଗୋ-ସମ୍ପଦ ରହିଛି। ସେହିପରି ଜିଲ୍ଲାରେ ୪,୯୮୨ଟି ମଇଁଷି, ୩୫,୯୫୫ଟି ମେଣ୍ଢା, ୧,୦୧,୯୨୭ଟି ଛେଳି, ୩୫୩ଟି ଘୁଷୁରି ଓ ୪୫୧ଟି କୁକୁର ଥିବା ଗଣନାରୁ ଜଣାପଡ଼ିଛି।

🏆 ଅଗ୍ରଣୀ ପ୍ରାଣୀ ପାଳକଙ୍କୁ ସମ୍ମାନ

ବିଭିନ୍ନ ପ୍ରାଣୀ ପାଳନ ଯୋଜନାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଗ୍ରଣୀ ପ୍ରାଣୀ ପାଳକମାନଙ୍କୁ ଜିଲ୍ଲାପାଳ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ।
୩,୦୦୦ କୁକୁଡ଼ା ପାଳନ ଯୋଜନା: ସିନାପାଲି ବ୍ଲକ୍‌ର ଫିରୋଜା ବେଗମ
ଗୋପାଳନ ଯୋଜନା: ବୋଡ଼େନ ବ୍ଲକ୍‌ର ଉଦେଲାଲ ବାଗ
୩୦+୨ ମେଣ୍ଢା ପାଳନ ଯୋଜନା: କୋମନା ବ୍ଲକ୍‌ର ଶ୍ରୀମତୀ ହିରାବତୀ ପୁଞ୍ଜି
ଗୋପାଳନ ଯୋଜନା: ନୂଆପଡ଼ା ବ୍ଲକ୍‌ର ଅଶୋକ କୁମାର ସାହୁ
କୁକୁଡ଼ା ପାଳନ ଯୋଜନା: ଖରିଆର ବ୍ଲକ୍‌ର ଶ୍ରୀମତୀ କମଳିନୀ ଜଗତ

🐄 ଟିକାକରଣ, ବୀମା ଓ ଦୁଗ୍ଧ ଉତ୍ପାଦନ ଉପରେ ଗୁରୁତ୍ୱ

ବୈଠକରେ ଜିଲ୍ଲାପାଳ ଗୃହପାଳିତ ପ୍ରାଣୀଙ୍କ ବୀମାକରଣ ଓ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ ଦେଇଥିଲେ। ଉନ୍ନତ ପ୍ରଣାଳୀରେ ଘାସ ଚାଷ କରି ପ୍ରାଣୀମାନଙ୍କୁ ପୌଷ୍ଟିକ ଖାଦ୍ୟ ଯୋଗାଣ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ପ୍ରାଣୀ ପାଳନକୁ ଅଧିକ ଲାଭଜନକ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରାଣୀ ପାଳନ ମାଧ୍ୟମରେ ଜିଲ୍ଲାର ଚାଷୀ ଓ ପ୍ରାଣୀ ପାଳକମାନଙ୍କୁ ଅଧିକ ସ୍ୱାବଲମ୍ବୀ କରିବା ଦିଗରେ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ୍‌ର ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ ଚିକିତ୍ସକ ଓ ସମ୍ମାନିତ ପ୍ରାଣୀ ପାଳକମାନେ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ପରେ ବୈଠକ ସମାପ୍ତ ହୋଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha