ନୂଆପଡା- ୧୮/୧୨ (ମାରାଗୁଡା ଏକ୍ସପ୍ରେସ) ଜିଲ୍ଲା ମହିଳା ସଶକ୍ତି କରଣ କେନ୍ଦ୍ର ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ନୂଆପଡା ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ସଭା ଗୃହ ଠାରେ ଗତ ମଙ୍ଗଳ ବାର ଦିନ ଘରୋଇ ହିଂସା ପ୍ରତିରୋଧ ଆଈନ ସମ୍ପର୍କିତ ଏକ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଘରୋଇ ହିଂସାକୁ କିପରି ଭାବରେ ସମାଜରେ ରୋକି ପାରିବା ସେ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏସ ଗୀତା ଅଥିତି ପରିଚୟ ପ୍ରଦାନ ସହିତ ସ୍ଵାଗତ ଭାଷଣ ଦେଇଥିଲେ । ଏହି ତାଲିମ ଶିବିରରେ ସିଡି ଏମଓ ଡଃ ଧନେଶ୍ୱର ସେଠୀ, ଅତିରିକ୍ତ ଏସ.ପି ରଣଜିତ୍ ନାୟକ, ବରିଷ୍ଠ ଓକିଲ ମୁରଲୀଧର ପଣ୍ଡା, ସି ଡ଼ବଲ୍ୟୁସି ଅଧ୍ୟକ୍ଷ୍ୟ ଡ. ଫଣୀନ୍ଦମ ଦେଓ, , ଓକିଲ ନାରାୟଣ ପ୍ରସାଦ ଯୋଶୀ, ଡାଃ ଉମାକାନ୍ତ ମେହେର, ମହିଳା ଓ ଶିଶୁ ସେଲ ଇନ୍ସପେକ୍ଟର ସୁର୍ଜ୍ୟକାନ୍ତି ଦାସ , ସୁରକ୍ଷା ଅଧିକାରୀ ମଞ୍ଜୁଲତା ଶୁକ୍ଲା, ଜିଲ୍ଲା ସଂଯୋଜକ, ମହିଳା ସଶକ୍ତି କେନ୍ଦ୍ର ଆଶିଷ ରଞ୍ଜନ ଖମାରି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଘରୋଇ ହିଂସା ପ୍ରତିରୋଧ ଆଈନର ଲକ୍ଷ୍ୟ , ଉଦ୍ଦେଶ୍ୟ , ସୁରକ୍ଷା ଅଧିକାରୀ, ପୋଲିସ , ସେବା ପ୍ରଦାନକରି ସଂସ୍ଥା , ଆଶ୍ରୟ ଗୃହ ମାନଙ୍କର କାର୍ଯ୍ୟ ଓ ଦାୟିତ୍ଵ, ଅଦାଲତ ଦ୍ଵାରା ପୀଡିତାଙ୍କୁ ଦିଆଯାଉଥିବା ସୁରକ୍ଷା , ସହାୟତା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ଈତ୍ୟାଦି ଉପରେ ଅଧିକାରୀ ମାନେ ଆଲୋକପାତ କରିଥିଲେ। ଏହି ତାଲିମ ଶିବିରରେ ସମସ୍ତ ପ୍ରୋଗ୍ରାମ ଅଫିସର, ସମସ୍ତ ସିଡିପିଓ, ସମସ୍ତ ଥାନାର ପୋଲିସ ଅଧିକାରୀ , ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ , ସଖି ସେଣ୍ଟର କାର୍ଯ୍ଯକର୍ତା, ଶକ୍ତି ସଦନ କାର୍ଯ୍ଯକର୍ତା, ପରିବାର ପରାମର୍ଶ କେନ୍ଦ୍ର ଅଧିକାରୀ ଯୋଗ ଦେଇଥିଲେ । ଏହି ତାଲିମ ଶିବିର ପରିଚାଳନାରେ ମହିଳା ସଶକ୍ତି କେନ୍ଦ୍ରର ନାରଦ ଛତର , ସଞ୍ଜୟ ବନ୍ଦିଛୋର, ଇପ୍ସିତା ରାଜପୁତ, ରଞ୍ଜନ କୁମାର ସାହୁ , ଡ଼ିସି ଓ ଏଵଂ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ସୁରକ୍ଷା ଅଧିକାରୀ ମଞ୍ଜୁଲତା ଶୁକ୍ଲା ଧନ୍ୟବାଦ ଅର୍ପଣ କରିଥିଲେ।


ଘରୋଇ ହିଂସା ପ୍ରତିରୋଧ ଆଇନ ଉପରେ ତାଲିମ ଶିବିର।
55
previous post