
ନୂଆପଡ଼ା -୩/୦୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତାଲୁକ ଆଇନ ସେବା କମିଟି, ବୋଡେନ ଓ ବନ ବିଭାଗ ପକ୍ଷରୁ ପରିବେଶ ସୁରକ୍ଷା ଓ ଆଇନ ସଚେତନତା ପାଇଁ ଓ ଏକକ-ବ୍ୟବହାର ପ୍ଲାଷ୍ଟିକମୁକ୍ତ ଜିଲ୍ଲାଗଠନ ନେଇ ସଫେଇ କାର୍ଯ୍ୟ ସହ ବାଲ୍ୟବିବାହମୁକ୍ତ ଭାରତ ଏବଂ ନିଶାମୁକ୍ତ ଭାରତ ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ବୋଡେନ ବ୍ଲକସ୍ଥିତ ପାତାଳଗଙ୍ଗା ପର୍ଯ୍ୟଟନ ସ୍ଥଳିରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ତାଲୁକ ଆଇନ ସେବା କମିଟିର ଅଧିକାର ମିତ୍ରଗଣ, ବନ ବିଭାଗ ଏବଂ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇଥିଲେ। ପର୍ଯ୍ୟଟନ ସ୍ଥଳୀ ରେ ପଡ଼ିଥିବା ଅଳିଆ ଆବର୍ଜନା କୁ ଏକାଠି କରି ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ରେ ସହାୟକ ହେବା ସହିତ ଭାରତକୁ ବାଲ୍ୟବିବାହ ଓ ନିଶାମୁକ୍ତ କରିବାକୁ ପ୍ରାଧିକରଣ ସଚିବ ନବନୀତା ଦାଶ ଆହ୍ବାନ ଦେଇଥିଲେ। ସଭାରେ ଜେଏମ୍ଏଫସି ତଥା ତାଲୁକ ଆଇନ ସେବା କମିଟି, ବୋଡେନ ର ଅଧ୍ୟକ୍ଷା ପଲ୍ଲବୀ ଦାସ, ଡିଏଫଓ ଖଡିଆଳ ଅଜିଜ ଖାନ, ଅଧିବକ୍ତା ହୃଷିକେଶ ବିଶ୍ବାଳ, ୟାର୍ ସଂଗଠନ ର ପ୍ରତିଷ୍ଠାତା ମହେନ୍ଦ୍ର ଯୋଶୀ, ମିରର୍ ସଂଗଠନ ର ପ୍ରତିଷ୍ଠାତା କାର୍ତ୍ତୀକ ବାଗ, ଫ୍ୟାମିଲି କାଉନସିଲର ଯଶୋବନ୍ତି ବାଗ, ଏନ୍ଏସ୍ଏସ୍ ର ଡଃ. କିଶୋର କୁମାର, ଅଧିକାର ମିତ୍ରଗଣ , ମିରର୍ ଅନୁଷ୍ଠାନର ବହୁ ସ୍ବେଛାସେବୀ, ଅନ୍ଯାନ୍ଯ ଓକିଲଗଣ ଓ ପ୍ରାଧିକରଣର ଅଧିକାରମିତ୍ରଗଣ ଯୁଧିଷ୍ଠିର ଦୀପ, ଚାନ୍ଦତୋଲା ମାଝୀ, ଲକ୍ଷ୍ମୀ ବିଭାର, ଜ୍ଯୋସ୍ନା କୈବର୍ତ୍ତ ଯୋଗ ଦେଇଥିଲେ । ପ୍ରାୟ ୩୦୦ କିଲୋ ପ୍ଲାଷ୍ଟିକ୍ ଆବର୍ଜନା ଉକ୍ତ ପର୍ଯ୍ୟଟନସ୍ଥଳୀରୁ ଉଠା ହୋଇଥିଲା ।

