26

ନୂଆପଡ଼ା -୯/୧ (ସୁରେନ୍ଦ୍ର ତିୱାରୀ) ନେସନାଲ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା (ଏନଏସଏସ) କୋ- ୟୁନିଟ୍ ତରଫରୁ ଶୀତକାଳୀନ ସ୍ବତନ୍ତ୍ର ଶିବିର ଅୟୋଜିତ ହୋଇଯାଇଛି। ଏହି ସ୍ବତନ୍ତ୍ର ଶିବିରର ଦ୍ବିତୀୟ ଦିବସରେ ଆଞ୍ଚଳିକ ପରିବହନ ଅଧିକାରୀ ସର୍ମିଳା ମହାରଣା ମୁଖ୍ଯ ଅତିଥି ଓ ବିଜୟ ରାଉତରାୟ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥି ମାନେ ସଡ଼କ ସୁରକ୍ଷା ଓ ପରିବହନ ନିୟମ ଉପରେ ତାଲିମ ପ୍ରଦାନ କରିଥିଲେ। ସେହିପରି ତୃତୀୟ ଦିବସରେ ଯୁବ ରେଡ଼କ୍ରସ ଜିଲ୍ଲା ଆବାହକ ସଂପାଦକ ଅଧ୍ଯାପକ ଶିବ ପ୍ରସାଦ ସା ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ପ୍ରାଥମିକ ଚିକିତ୍ସା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ମହାବିଦ୍ୟାଳୟର ଅଧ୍ଯକ୍ଷ ହିତେଶ କୁମାର ସାହୁ ଏହି କାର୍ଯ୍ୟକ୍ରମ ରେ ଅଧ୍ଯକ୍ଷତା କରିଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ହେମାଲ ସା କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ ।ଅଧ୍ଯାପକ ଜଗନ୍ନାଥ ମେହେର ଉପସ୍ଥିତ ଅତିଥି ଓ ସ୍ବେଚ୍ଛାସେବୀ ମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜାତିୟ ସେବା ଯୋଜନା ର ଉପରୋକ୍ତ ବହୁମୁଖୀ ସଚେତନତା ତାଲିମ କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖ ପଯ୍ୟନ୍ତ ଚାଲିବ।

