Home ରାଜ୍ୟନୂଆପଡ଼ାରେ କ୍ରୀଡା ଛାତ୍ରାବାସ ଭର୍ତ୍ତି ପାଇଁ ବ୍ଲକ ସ୍ତରୀୟ ଚୟନ ଶିବିର : ୧୮ ମାର୍ଚ୍ଚ ରୁ ଦୌଡ଼କୁଦ, ୨୨ ମାର୍ଚ୍ଚ ରେ ଖୋ–ଖୋ, ୨୫ ମାର୍ଚ୍ଚ ରେ ଭଲିବଲ।

ନୂଆପଡ଼ାରେ କ୍ରୀଡା ଛାତ୍ରାବାସ ଭର୍ତ୍ତି ପାଇଁ ବ୍ଲକ ସ୍ତରୀୟ ଚୟନ ଶିବିର : ୧୮ ମାର୍ଚ୍ଚ ରୁ ଦୌଡ଼କୁଦ, ୨୨ ମାର୍ଚ୍ଚ ରେ ଖୋ–ଖୋ, ୨୫ ମାର୍ଚ୍ଚ ରେ ଭଲିବଲ।

by Maraguda Express
0 comments
ନୂଆପଡ଼ା -୧୭/୩ -ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ନୂଆପଡ଼ା ସଦର ମହକୁମା ଓ ଖଡିଆଳ ଅଞ୍ଚଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା କ୍ରୀଡା ଛାତ୍ରାବାସମାନଙ୍କରେ ଦାଖଲ ପାଇଁ ବ୍ଲକ ସ୍ତରୀୟ ଚୟନ ପ୍ରକ୍ରିୟା ଆସନ୍ତା ୧୮ ମାର୍ଚ୍ଚ ୨୦୨୬ ତାରିଖରେ ଆରମ୍ଭ ହେବ। ଏହି ଚୟନ ପ୍ରକ୍ରିୟାରେ ଅଭିଜ୍ଞ ଓ ତାଲିମପ୍ରାପ୍ତ କ୍ରୀଡା ଶିକ୍ଷକମାନେ ସାମିଲ ହୋଇ ଯୋଗ୍ୟ କ୍ରୀଡାବିତମାନଙ୍କୁ ଚୟନ କରିବେ। ବ୍ଲକ ସ୍ତରୀୟ ଚୟନ ଶିବିରରେ ଯୋଗ୍ୟ ବିବେଚିତ ହୋଇଥିବା କ୍ରୀଡାବିତମାନେ ପରବର୍ତ୍ତୀ ସମୟରେ ଜିଲ୍ଲା ସ୍ତରୀୟ ଚୟନ ପ୍ରକ୍ରିୟାରେ ସାମିଲ ହେବେ। ନୂଆପଡ଼ା ଜିଲ୍ଲାରେ ଖୋ–ଖୋ, ଦୌଡ଼କୁଦ ଓ ଭଲିବଲ ଖେଳରେ ଚୟନ ପ୍ରକ୍ରିୟା ଆୟୋଜିତ ହେବ। ଅନ୍ୟାନ୍ୟ ଖେଳର ଚୟନ ପ୍ରକ୍ରିୟା ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ହେବ ଏବଂ ଏନେଇ କ୍ରୀଡାବିତମାନଙ୍କୁ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଅନଲାଇନ କିମ୍ବା ମୋବାଇଲ ମାଧ୍ୟମରେ ସୂଚନା ଯୋଗାଇ ଦିଆଯାଇଛି। ଆସନ୍ତା ତ ୧୮ ମାର୍ଚ୍ଚ ୨୦୨୬ (ବୁଧବାର) ଦିନ ନୂଆପଡ଼ାରେ ଦୌଡ଼କୁଦ ଖେଳ ପାଇଁ ବ୍ଲକ ସ୍ତରୀୟ ଚୟନ ପ୍ରକ୍ରିୟା ଆୟୋଜିତ ହେବ। ସକାଳ ୭ ଟାରୁ ନୂଆପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ଓ ପୁଲିସ ପଡିଆରେ ଏହି ଚୟନ ପ୍ରକ୍ରିୟା ହେବ।
ସେହିପରି ୨୨ ମାର୍ଚ୍ଚ ୨୦୨୬ ରେ ଖୋ–ଖୋ ଖେଳ ପାଇଁ ଚୟନ ଶିବିର ନୂଆପଡ଼ା ଓ ଖଡ଼ିଆଳ ର ରାଜା ଏ.ଟି. ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ହେବ। ୨୫ ମାର୍ଚ୍ଚ ୨୦୨୬ ସକାଳ ୭ ଟାରୁ ନୂଆପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ଓ ପୁଲିସ ପଡିଆରେ ଭଲିବଲ ଖେଳ ପାଇଁ ଚୟନ ଶିବିର ଆୟୋଜିତ ହେବ।
ଏହିପରି ସମସ୍ତ ଅନଲାଇନରେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ତାରିଖ ଓ ସମୟରେ ଚୟନ ଶିବିର ଆୟୋଜନ ସ୍ଥଳରେ ଉପସ୍ଥିତ ହୋଇ ନିଜର ବୟସ ପ୍ରମାଣପତ୍ର, ଆଧାର କାର୍ଡ ଓ ଫଟୋ ସହିତ ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ଅନୁରୋଧ କରାଯାଇଛି। ନିର୍ଦ୍ଧାରିତ ପ୍ରମାଣପତ୍ର ବିନା ଚୟନ ପ୍ରକ୍ରିୟାରେ ସାମିଲ ହେବାକୁ ଦିଆଯିବ ନାହିଁ।ଏହି ଚୟନ ପ୍ରକ୍ରିୟାରେ କିଛି କ୍ରୀଡା ସମ୍ବନ୍ଧୀୟ ପରୀକ୍ଷା ରହିଥିବାରୁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ହୋଇ ଆସିବା ସହ କ୍ରୀଡା ପୋଷାକରେ ଭାଗ ନେବାକୁ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ ସୂଚନା ପ୍ରଦାନ କରିଛନ୍ତି। (AI image)

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha