Home ରାଜ୍ୟଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜାତୀୟ ଯୁବ ଦିବସ ପାଳିତ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜାତୀୟ ଯୁବ ଦିବସ ପାଳିତ।

by Maraguda Express
0 comments

ନୂଆପଡ଼ା -୧୨/୧ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ନବନୀତା ଦାଶ, ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧୁସୂଦନ ସାହୁ ଓ ଶିକ୍ଷକ ଶିକ୍ଷୟିତ୍ରୀ ଗଣ, ପ୍ରାଧିକରଣ ର ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ଜାତୀୟ ଯୁବ ଦିବସ ପାଳନର ମହତ୍ତ୍ୱ, ନିଶାମୁକ୍ତ ଭାରତ ନିର୍ମାଣ ରେ ଯୁବଶକ୍ତି ର ଭୂମିକା, ବାଲ୍ୟ ବିବାହମୁକ୍ତ ଭାରତ ଗଠନ, ପରିବେଶକୁ ସ୍ୱଚ୍ଛ ଓ ଏକକ-ବ୍ୟବହାର ପ୍ଲାଷ୍ଟିକ ମୁକ୍ତ କରିବା ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ବିଭିନ୍ନ ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ନିଶାମୁକ୍ତ ଭାରତ ଗଠନ ସମ୍ବନ୍ଧିତ ଏକ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ନୂଆପଡାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha