ଜନ୍ମ ନିୟନ୍ତ୍ରଣ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ପାଇଲା। ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ସମାରୋହରେ ପୁରସ୍କୃତ ।
ନୂଆପଡ଼ା -୧୧/୭ (ସୁରେନ୍ଦ୍ର ତିୱାରୀ)
ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ନୂଆପଡା ଜନ୍ମ୍ ନିୟନ୍ତ୍ରଣ (PPIUCD) କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ଯ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତାର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିପାରିଛି I ବିଶ୍ଵ ଜନସଂଖ୍ୟା ଦିବସ ପାଳନ ଅବସରରେ ରାଜ୍ଯ ସ୍ତରୀୟ ଏକ ସ୍ଵତନ୍ତ୍ର ସମାରୋହରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏହି ସମ୍ମାନ ଜନକ ପ୍ରଥମ ପୁରସ୍କାର ପ୍ରଦାନ କରିଛନ୍ତି l ଜିଲ୍ଳା ତରଫରୁ ବରିଷ୍ଠ ସ୍ତ୍ରୀ ଓ ପ୍ରସ୍ତୁତି ରୋଗ ବିଶେଷଜ୍ଞ ଡ଼. ବିଦ୍ୟାଧର ନାଗ ଏହି ପୁରସ୍କାର ଗ୍ରହଣ କରିଥିଲେ l
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ, ବାରମ୍ବାର ଚିକିତ୍ସାଳୟ ପରିଦର୍ଶନ ତଥା ଜନ୍ମ୍ ନିୟନ୍ତ୍ରଣ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପ୍ରଦର୍ଶନ ଉପରେ ଗୁରୁତ୍ୱାରୋପ ପାଇଁ ଏହା ସମ୍ଭବ ହୋଇପାରିଛି lଜିଲ୍ଲା ସ୍ୱାସ୍ଥ୍ୟ ସମିତିର ଏହି ସଫଳତା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼.ମନୋଜ କୁମାର ସାହୁ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି l ଏହା ସହିତ ଜିଲ୍ଲା ପ୍ରକଳ୍ପ ପରିଚାଳକ ସତ୍ୟନାରାୟଣ ତ୍ରିପାଠୀ ଓ ବରିଷ୍ଠ ସ୍ତ୍ରୀ ଓ ପ୍ରସ୍ତୁତି ରୋଗ ବିଶେଷଜ୍ଞ ଡ଼. ବିଦ୍ୟାଧର ନାଗଙ୍କ ନିରନ୍ତର କାର୍ଯ୍ୟସମୀକ୍ଷା ତଥା ସଚେତନତା ଏବଂ ସମ୍ପୃକ୍ତ ସମସ୍ତ ଡାକ୍ତର ତଥା କର୍ମଚାରୀ ବୃନ୍ଦ ଙ୍କର ନିଷ୍ଠାପର ପରିଶ୍ରମ ଯୋଗୁଁ ଏହି ରେକର୍ଡ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି l ଏଥିପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବା ସହିତ ବୁଦ୍ଧିଜୀବି ମହଲରେ ଏହି ଉପଲବ୍ଧି ର ପ୍ରଶଂସା କରାଯାଇଛି l ଜିଲ୍ଲାପାଳ ଜନ ସଂଖ୍ଯା ନିୟନ୍ତ୍ରଣ କ୍ଷେତ୍ରରେ ଏହି ମହତ୍ତ୍ବପୂର୍ଣ୍ଣ ଯୋଗଦାନ ପାଇଁ ସମ୍ପୃକ୍ତ ସମସ୍ତ ଡାକ୍ତର ଏବଂ କର୍ମଚାରୀ ମାନଙ୍କୁ ଧନ୍ଯବାଦ ଜଣାଇବା ସହିତ ଏହି ପ୍ରଚେଷ୍ଟା ନିୟମିତ ଜାରି ରଖିବା ପାଇଁ ଆହ୍ଵାନ ଦେଇଛନ୍ତି ।
ଜନ୍ମ ନିୟନ୍ତ୍ରଣ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ପାଇଲା। ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ସମାରୋହରେ ପୁରସ୍କୃତ
ଜନ୍ମ ନିୟନ୍ତ୍ରଣ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ପାଇଲା। ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ସମାରୋହରେ ପୁରସ୍କୃତ
184
previous post