Home ରାଜ୍ୟସେବା ହିଁ ସଙ୍କଳ୍ପ, ଜନତା ସହ ସିଧା ସମ୍ପର୍କ : ୱାର୍ଡ଼ ରେ ପୌର ପ୍ରଶାସନ।

ସେବା ହିଁ ସଙ୍କଳ୍ପ, ଜନତା ସହ ସିଧା ସମ୍ପର୍କ : ୱାର୍ଡ଼ ରେ ପୌର ପ୍ରଶାସନ।

by Maraguda Express
0 comments

ନୂଆପଡ଼ା -୧୫/୧ ( ସୁରେନ୍ଦ୍ର ତିୱାରୀ) ଖରିଆର ରୋଡ୍ ଏନଏସି ପକ୍ଷରୁ ପ୍ରତି ସପ୍ତାହ ଗୋଟିଏ ୱାର୍ଡରେ ଆୟୋଜିତ “ୱାର୍ଡ ରେ ପୌର ପ୍ରଶାସନ ଅଭିଯାନ” ଅନ୍ତର୍ଗତ, ଆଜି ୱାର୍ଡ ନମ୍ୱର୍ ୬ ରେ ଆୟୋଜିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଅବସରରେ ୱାର୍ଡବାସୀଙ୍କ ସମସ୍ୟାଗୁଡ଼ିକୁ ଗମ୍ଭୀରତାର ସହ ଶୁଣାଗଲା ଓ ଅନେକ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା। ଅବଶିଷ୍ଟ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି, ପରିବେଶ ସୁରକ୍ଷା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ଭାବେ “ବର୍ତ୍ତନ ବ୍ୟାଙ୍କ” ର ଶୁଭାରମ୍ଭ କରାଗଲା। ଏହା ମାଧ୍ୟମରେ ଲୋକେ ନିଜ ଘରୋଇ ଆୟୋଜନରେ ମାଗଣା ବର୍ତ୍ତନ ନେଇ ପ୍ଲାଷ୍ଟିକ ବ୍ୟବହାର ରୁ ବଞ୍ଚି ପାରିବେ ଓ ପରିବେଶ ସୁରକ୍ଷା କରିପାରିବେ।
ଏନଏସି ଅଧ୍ୟକ୍ଷା ଡ଼ା. ସୋନିଆ ଜୈନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ୱାର୍ଡ ପାର୍ଷଦ ପୁରୁଷୋତ୍ତମ ଜାଲ , କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ ଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଜନତାଙ୍କ ସେବା ହିଁ ଆମର ମୂଲ ଲକ୍ଷ୍ ଆସନ୍ତୁ, ସମସ୍ତେ ମିଶି ଏକ ସ୍ୱଚ୍ଛ, ସୁନ୍ଦର ଓ ସଶକ୍ତ ନଗର ଗଢ଼ିବା ବୋଲି ଅଧ୍ୟକ୍ଷା ଡଃ ଜୈନ ପ୍ରକାଶ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha