43
Table of Contents
ନୂଆପଡ଼ା -୧୨/୮- ନୂଆପଡ଼ା ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସଂଗଠନର ସାଧାରଣ ବୈଠକ ବୁଧବାର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଜ୍ଞା ପରମିତା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରେଶମ ଲାଲ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ବୈଠକରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରତନ ସିଂ ବାରିକ, ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡ଼ର ପ୍ରଧାନ ଶିକ୍ଷକ ପ୍ରବୋଧ ହୋତା, ପିଏମ୍ ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟ, ନୂଆପଡ଼ାର ପ୍ରଧାନ ଶିକ୍ଷକ ଗୋଲାପ ସାହୁ, ପିଏମ୍ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡ଼ର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ଦାସ ଏବଂ କଣାଭଏଁରା ଉଚ୍ଚ ବିଦ୍ୟାଳୟ, ଟାନୱାଟର ପ୍ରଧାନ ଶିକ୍ଷକ ବିନୋଦ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।ନୂଆପଡ଼ା ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସଂଗଠନର ସମ୍ପାଦକ ମହତାବ ଆଡଯୁଆଡ଼ ଗତବର୍ଷ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରରେ ବିଦ୍ୟାଳୟଗୁଡ଼ିକ ହାସଲ କରିଥିବା କ୍ରୀଡ଼ା ସଫଳତା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହ ଚଳିତ ବର୍ଷ ହେବାକୁ ଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ନୀତିନିୟମ ଓ ଅଂଶଗ୍ରହଣ ପାଇଁ ଆବଶ୍ୟକ କାଗଜପତ୍ର ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଥିଲା।