50
୭୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶାତ୍ମବୋଧକ କବିତା ପାଠୋତ୍ସବ l
previous post

ନୂଆପଡ଼ା -୨୬/୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ଗୃହରେ ଗତ କାଲି ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବର ଆୟୋଜନ କରଯାଇଥିଲା । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସ୍ଵତନ୍ତ୍ର ସଦିଚ୍ଛା କ୍ରମେ ଜିଲ୍ଲାର ବିଭିନ୍ନ ବର୍ଗର କବି ଓ କବିୟତ୍ରୀ ମାନଙ୍କୁ ନେଇ ଏହି ସମାରୋହ ଆୟୋଜିତ ହୋଇଥିଲା l ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସମସ୍ତ କବି ଓ କବିୟତ୍ରୀ ମାନଙ୍କୁ ସ୍ଵାଗତ କରିଥିଲେ । ଏହାପରେ ନେସନାଲ ହାଇସ୍କୁଲର ଛାତ୍ରୀମାନଙ୍କ ଦ୍ଵାରା ‘ବନ୍ଦେ ମୋ ମାଟି ମା’ ଶୀର୍ଷକ ଉପରେ ଏକ ଜାତୀୟତା ବୋଧକ ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହି ସମାରୋହରେ ଜିଲ୍ଲାର କୋଣ ଅନୁକୋଣରୁ କବି ଏବଂ କବୟତ୍ରୀ ରାଷ୍ଟ୍ରଭକ୍ତି, ଜାତୀୟତା ଓ ସାଧାରଣତନ୍ତ୍ର ଦିବସ ଉପରେ ବିଭିନ୍ନ ଦେଶାତ୍ମବୋଧକ କବିତା ପଠନ କରିଥିଲେ । ବିଶିଷ୍ଟ କବି ସୁଶାନ୍ତ କୁମାର ମୁଣ୍ଡ ଓ କବୟିତ୍ରୀ ନିର୍ଝରଣୀ ପତି ପାଣିଗ୍ରାହୀ ଏହି କବିତା ପାଠ କାର୍ଯକ୍ରମକୁ ସଂଯୋଜନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢେଇ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ସୁଖେନ୍ଦୁ ରାୟ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ହସ୍ତଶିଳ୍ପ ଅତିରିକ୍ତ ନିର୍ଦ୍ଦେଶକ ପୁଷ୍ପରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା ପରିଚାଳନା କରିଥିଲେ ।

