Home ରାଜ୍ୟଜିଲ୍ଲାପାଳ ପ୍ରବାସୀ ଶ୍ରମିକ ଓ ଦଶମ ଶ୍ରେଣୀ ଛାତ୍ରୀ ଘରେ ପହଞ୍ଚିଲେ।

ଜିଲ୍ଲାପାଳ ପ୍ରବାସୀ ଶ୍ରମିକ ଓ ଦଶମ ଶ୍ରେଣୀ ଛାତ୍ରୀ ଘରେ ପହଞ୍ଚିଲେ।

by Maraguda Express
0 comments

ନୂଆପଡା -୨୮/୦୧- ଗତକାଲି ବୋଡ଼େନ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମରେ ଆୟୋଜିତ ପରି ବର୍ଦ୍ଧିତ ଜନଶୁଣାଣି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରବାସୀ ଶ୍ରମିକ ଚରଣ କାଣ୍ଡ ଓ ତାଙ୍କ ପରିବାର ଲୋକଙ୍କୁ ଭେଟି ତାଙ୍କ ହାଲଚାଲ ପଚାରି ବୁଝିଥିଲେ।ପୂର୍ବରୁ ଚରଣ କାଣ୍ଡ ତାଙ୍କ ପତ୍ନୀଙ୍କ ସହ ହାଇଦ୍ରାବାଦ ଯାଇ ଇଟା ଭାଟିରେ କାମ କରୁଥିଲେ। କିନ୍ତୁ ଏହି ବର୍ଷ ସେମାନେ ଜିଲ୍ଲାପାଳଙ୍କ ପ୍ରୋତ୍ସାହନ ଯୋଗୁଁ ପ୍ରବାସ କୁ ଯିବା ବନ୍ଦ କରି ଗ୍ରାମରେ ରହି ମନରେଗା ଯୋଜନାରେ କାମ କରିବା ସହ ନିଜ ଜମିରେ ଧାନ ଚାଷ ଆରମ୍ଭ କରିଛନ୍ତି। ଜିଲ୍ଲାପାଳଙ୍କ ସହ କଥାବାର୍ତ୍ତା ସମୟରେ ଚରଣ କାଣ୍ଡ କହିଥିଲେ ଯେ, ତାଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଓ ରାସନ କାର୍ଡ ଭଳି ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ବର୍ଷ ତାଙ୍କ ପରିବାର ମନରେଗା ଅଧୀନରେ ୯୯ ଦିନ କାମ କରିଥିବା ସେ ଜଣାଇଥିଲେ।ବର୍ତ୍ତମାନ ଶ୍ରୀ କାଣ୍ଡ ତାଙ୍କ ନିଜ ୨.୫ ଏକର ଜମିରେ ମନରେଗା ସହାୟତାରେ ଜଳସେଚନ ପାଇଁ ଏକ ନୂତନ ରିଙ୍ଗ କୁଅ ଖୋଳି ବିଭିନ୍ନ ଲାଭଜନକ ଚାଷକାର୍ଯ୍ୟ
କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।ଏଭଳି ଉତ୍ସାହୀ ପରିବାରଙ୍କୁ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ, ଜିଲ୍ଲାପାଳ ବୋଡ଼େନ ଏସ୍ ଏସ ଡି ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ପ୍ରତିଭା ଗିରିଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ । ଆସନ୍ତା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରି ବିଭିନ୍ନ ଉପଦେଶ ପ୍ରଦାନ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha