Home ରାଜ୍ୟ୧୮ ଦିନ ପରେ ବି ନ୍ୟାୟ ମିଳିଲାନି ! ଆଙ୍ଗନୱାଡି କର୍ମୀଙ୍କୁ ମରଣାତ୍ମକ ଆକ୍ରମଣ, ପୋଲିସ ନିଷ୍କ୍ରିୟତା ଅଭିଯୋଗ ରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ପୀଡ଼ିତା।

୧୮ ଦିନ ପରେ ବି ନ୍ୟାୟ ମିଳିଲାନି ! ଆଙ୍ଗନୱାଡି କର୍ମୀଙ୍କୁ ମରଣାତ୍ମକ ଆକ୍ରମଣ, ପୋଲିସ ନିଷ୍କ୍ରିୟତା ଅଭିଯୋଗ ରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ପୀଡ଼ିତା।

by Maraguda Express
0 comments
ନୂଆପଡ଼ା -୨/୭-(ସବ୍ୟୁ) ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ଲର୍କା ଗ୍ରାମର ଆଙ୍ଗନୱାଡି କେନ୍ଦ୍ର-୧ର କର୍ମୀ ମଧୁମିତା ବେହେରାଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗୁରୁତର ଆହତ ହୋଇ ସେ ଏପର୍ଯ୍ୟନ୍ତ ଚିକିତ୍ସାଧୀନ ଥିବାବେଳେ ଘଟଣାର ୧୮ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଦୋଷୀଙ୍କ ବିରୋଧରେ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ଉଠିଛି।
ପୀଡ଼ିତା ଏହି ଘଟଣାର ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ଗତ ସୋମବାର ସିନାପାଲି ବ୍ଲକ ସଭାଗୃହରେ ଆୟୋଜିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କୁ ଲିଖିତ ନିବେଦନ ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁସାରେ, ଗତ ୧୪ ଜୁନ ୨୦୨୬ ତାରିଖରେ ଗ୍ରାମର କୁରୁପତି ବାଗ ଶ୍ରୀମତୀ ବେହେରାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଟଣାଓଟରା କରି ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସହ ଡାହାଣ ହାତ ଭାଙ୍ଗିଯାଇଥିଲା।
ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଚିକିତ୍ସା ପରେ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାର  ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ମଧ୍ୟ ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ସହ ଷ୍ଟିଚ ହୋଇଛି ଏବଂ ଭଙ୍ଗା ହାତର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସନ୍ତୋଷଜନକ ନଥିବା ପରିବାର ପକ୍ଷରୁ କୁହାଯାଇଛି।
ଘଟଣା ସମ୍ପର୍କରେ ବୋଡେନ ଥାନାରେ ଲିଖିତ ଏତଲା ଦାଖଲ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ପୀଡ଼ିତା ଓ ତାଙ୍କ ପରିବାରରେ ଅସନ୍ତୋଷ ବୃଦ୍ଧି ପାଇଛି। ଶେଷରେ ନ୍ୟାୟ ପାଇବା ଆଶାରେ ସେମାନେ ଜିଲ୍ଲାପାଳଙ୍କ ଶରଣାପନ୍ନ ହୋଇଛନ୍ତି। ଏ କେସ ସମ୍ପର୍କ ରେ ବୁଝିବାକୁ ଆଇଆଇସି ବୋଡ଼େନ ଙ୍କୁ ଦୁଇ ଥର ମୋବାଇଲ୍ ରେ କଲ କଲା ପରେ , ଆଇ ୱିଲ କଲ୍ ୟୁ ବେକ୍ ଏସଏମଏସ ବାର୍ତ୍ତା ଦେଲେ କିନ୍ତୁ ଆଉ କଲ କଲେ ନାହିଁ। ଉପରୋକ୍ତ କେସ ସମ୍ପର୍କ ରେ ଶ୍ରୀମତି ବେହେରାଙ୍କୁ ପଚାରିବାରୁ ୧୮ ଦିନ ହେଲା କୌଣସି କାର୍ଯ୍ୟାନୁଷ୍ଠାନ ପୋଲିସ ଅଧିକାରୀ ଗ୍ରହଣ କରିନାହାଁନ୍ତି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି।
ଏହି ଘଟଣାର ସତ୍ୟାସତ୍ୟ ନିରପେକ୍ଷ ଭାବେ ଅନୁସନ୍ଧାନ କରି, ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha