Home ରାଜ୍ୟନୂଆପଡାରେ ଫେବୃଆରୀ ୨୪ ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ‘ସୁଭଦ୍ରା ଶକ୍ତି ମେଳା’ ଅନୁଷ୍ଠିତ ହେବ l ନାରୀ ଶକ୍ତି ଓ ସେମାନଙ୍କ ଆର୍ଥିକ ପ୍ରଗତି ପ୍ରଦର୍ଶନ କରିବା ପାଇଁ ଜିଲ୍ଲାପାଳଙ୍କ ଆହ୍ବାନ l

ନୂଆପଡାରେ ଫେବୃଆରୀ ୨୪ ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ‘ସୁଭଦ୍ରା ଶକ୍ତି ମେଳା’ ଅନୁଷ୍ଠିତ ହେବ l ନାରୀ ଶକ୍ତି ଓ ସେମାନଙ୍କ ଆର୍ଥିକ ପ୍ରଗତି ପ୍ରଦର୍ଶନ କରିବା ପାଇଁ ଜିଲ୍ଲାପାଳଙ୍କ ଆହ୍ବାନ l

by Maraguda Express
0 comments
ଆପଡ଼ା -୩୧/୦୧- ‘ସୁଭଦ୍ରା ଶକ୍ତି ମେଳା’ କୁ ନୂଆପଡା ଜିଲ୍ଲାରେ ମହାସମାରୋହରେ ଆୟୋଜନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏହି ମେଳା ୨୪ ଫେବୃଆରୀରୁ ୨ ମାର୍ଚ୍ଚ ପର୍ଯ୍ୟନ୍ତ ନେସନାଲ କଲେଜ ପଡିଆରେ ଅନୁଷ୍ଠିତ ହେବ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡକ୍ଟର ଧନେଶ୍ଵର ସେଠୀ, ମୁଖ୍ୟ ଜିଲ୍ଲା ପଶୁଚିକିତ୍ସା ଅଧିକାରୀ ଡ଼ଃ ପାର୍ଥସାରଥୀ ଦୋରା, ଉପନିବନ୍ଧକ (DRCS) ଶିବପ୍ରସାଦ ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହାରାଙ୍କ ସହିତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକର ଆରମ୍ଭରେ ମିଶନ୍ ଶକ୍ତିର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ (DPC) ସୁନୀଲ କୁମାର ମଲ୍ଲିକ ସମସ୍ତଙ୍କୁ ସ୍ୱାଗତ କରି ମେଳାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନ କରିଥିଲେ।
ଏହି ୭ ଦିନିଆ ମେଳାରେ ଜିଲ୍ଲାର ସମସ୍ତ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଓ ଲକ୍ଷପତି ଦିଦିମାନେ ତାଙ୍କ ନିଜସ୍ୱ ଉତ୍ପାଦଗୁଡ଼ିକୁ ପ୍ରଦର୍ଶନ ଓ ବିକ୍ରୟ କରିବେ।ମେଳା ପରିସରରେ ବିଭିନ୍ନ ସରକାରୀ ବିଭାଗ ମାନଙ୍କ ଦ୍ୱାରା ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ ପ୍ରଦର୍ଶନୀ ଷ୍ଟଲ୍ ସ୍ଥାପନ କରାଯିବ। ସମୁଦାୟ ୧୨୦ଟି ଷ୍ଟଲ୍ ମେଳାରେ ସ୍ଥାପିତ ହେବ।
ମେଳା ଅବଧିରେ ପ୍ରତ୍ୟେକ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ, ଯାହା ମେଳାକୁ ଅଧିକ ଆକର୍ଷଣୀୟ କରିବ।
ମେଳାର ସୁରକ୍ଷିତ ଓ ସୁଚାରୁ ପରିଚାଳନା ପାଇଁ ଜିଲ୍ଲାପାଳ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଆବଶ୍ୟକ ସମନ୍ୱୟ ଓ ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha