39


ନୂଆପଡା -୧/୨ (ମାରାଗୁଡ଼ା ଏକ୍ସପ୍ରେସ ) ନୂଆପଡା ଜିଲ୍ଲା ସଦର ମହକୁମାର ଜଣା ଶୁଣା ସରସ୍ୱତୀ ଦିଦି ପରିଚୟ ର ଆବଶ୍ୟକ ନୁହେଁ, ସେ ଅବାଳ ବୃଦ୍ଧ ବନିତା ସମସ୍ତଙ୍କର ପ୍ରିୟ ଓ ଜଣେ କୁଶଳୀ ଶିକ୍ଷୟତ୍ରୀ। ସରସ୍ଵତୀ ଶବର ଦିଦି ଙ୍କୁ ରାଜ୍ୟ ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ ଆଦିବାସୀ ପ୍ରତିଭା ସମ୍ମାନ ରେ ସମ୍ମାନିତ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟ ସ୍ତରୀୟ ଆଦିବାସୀ ମେଳାରେ
ଉପରୋକ୍ତ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରକାଶ ଯେ ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ସାଲେଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଅବସ୍ଥାପିତ ସରସ୍ଵତୀ ଶବର।
ସେ ପେଶା ଶିକ୍ଷକତା କରୁଥିବା ବେଳେ, ବିଭିନ୍ନ ସମୟରେ ସମାଜ ସେବା,ସାହିତ୍ୟ, ସଂସ୍କୃତି ସୁରକ୍ଷା କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଥିବା ବେଳେ ରାଜ୍ୟସରକାର ଙ୍କ ତରଫରୁ ବିଭିନ୍ନ ସମୟରେ ସେ ସମ୍ମାନିତ ହୋଇ ଆସୁଛନ୍ତି। ଉପରୋକ୍ତ ପୁରସ୍କାର ପ୍ରଦାନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନିର୍ଦ୍ଦେଶକ ସୁଧାକର ଶବର ପ୍ରମୁଖ ଉପସ୍ଥିତ ଥିଲେ । ଏ ଖବର ନୂଆପଡ଼ା ଜିଲ୍ଲା ରେ ବ୍ୟାପିବା ପରେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ବାର୍ତ୍ତା ସରସ୍ଵତୀ ଦିଦିଙ୍କ ନିକଟ ରେ ପହଞ୍ଚିବା ଲାଗିଛି। ମାରାଗୁଡ଼ା ଏକ୍ସପ୍ରେସ ନିୟୁଜ ୱେବ୍ ସାଇଟ୍,ନୂଆପଡ଼ା ପରିବାର ତରଫ ରୁ ଶୁଭେଚ୍ଛା ଓ ତାଙ୍କ ଦୀର୍ଘ୍ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଶ୍ରୀ ଜଗନ୍ନାଥ ଙ୍କ ନିକଟ ରେ ପ୍ରାର୍ଥନା କରେ।


