53
ନୂଆପଡା- ୨୦/୨ (ମାରାଗୁଡା ଏକ୍ସପ୍ରେସ) ଆଜି ନୂଆପଡ଼ା ମୁଖ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ମାରାଗୁଡା ଲୋକ ମହୋତ୍ସବର ସ୍ମରଣିକା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ । ନୂଆପଡ଼ାର ସାହିତ୍ୟ,ସଂସ୍କୃତି, ଇତିହାସ, ଏତିହ୍ଯ ତଥା ପ୍ରଗତି ଉପରେ ଆଧାରିତ ଓଡ଼ିଆ,କୋସଲି,ହିନ୍ଦୀ ବା ସଂସ୍କୃତରେ ସ୍ବରଚିତ ଲେଖା ସର୍ବାଧିକ ୨୫୦୦ ଶବ୍ଦରେ ଡିଟିପି କରି ପ୍ରବୋଧ ହୋତା- 9668207249 କିମ୍ବା ରମେଶ ମହାରା – 9178880401 ଙ୍କ ପାଖକୁ ତା ୧୦ ମାର୍ଚ୍ଚ ୨୬ ସୁଦ୍ଧା ୱାଟ୍ସସପ କରିବା ପାଇଁ ଆହ୍ଵାନ କରାଯାଉଛି l ଲେଖା ସମ୍ଵନ୍ଧୀୟ ବିଚାର ପାଇଁ ସମ୍ପାଦନା ମଣ୍ଡଳୀର ନିଷ୍ପତ୍ତି ଚୂଡାନ୍ତ ହେବ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା,ମେଜର ରାମଚନ୍ଦ୍ର ମିଶ୍ର,ଫଣିନ୍ଦମ ଦେଓ ,ପ୍ରସନ୍ନ ପାଢୀ,ମୁରଲୀଧର ପଣ୍ଡା,ବାସୁଦେବ ସୁନାନୀ,ଲୋହିତାକ୍ଷ ଯୋଶୀ,ସାମୁଏଲ ଦାନୀ,ପ୍ରବୋଧ ହୋତା ଓ ସୁଶାନ୍ତ ବିଶି ପ୍ରମୁଖ ଉପସ୍ଥିତ ରହି ସବିଶେଷ ଆଲୋଚନା କରିଥିଲେ ।