Home ରାଜ୍ୟନୂଆପଡ଼ା ଜିଲ୍ଲା ର ଦୁଇ ଜଣ ଡିଏମଡି ଆକ୍ରାନ୍ତ ଭିନ୍ନକ୍ଷମଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଦଶଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ।

ନୂଆପଡ଼ା ଜିଲ୍ଲା ର ଦୁଇ ଜଣ ଡିଏମଡି ଆକ୍ରାନ୍ତ ଭିନ୍ନକ୍ଷମଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଦଶଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ।

by Maraguda Express
0 comments
ନୂଆପଡା -୭/୦୩ -ନୂଆପଡ଼ା ଜିଲ୍ଲାର ଦୁଇ ଜଣ ଡି ଏମ୍ ଡି ଆକ୍ରାନ୍ତ ଭିନ୍ନକ୍ଷମ ଙ୍କ ଅଭିଭାବକ ଙ୍କୁ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପ୍ରଦାନ କରିଛନ୍ତି । ସେମାନେ ହେଲେ ବୋଡ଼େନ ବ୍ଲକ ଓ ଖଡିଆଲ୍ ବ୍ଲକ ର ବାସିନ୍ଦା ଅଟନ୍ତି। କମଳାକାନ୍ତ ନିଆଲ, ଗାଁ – ସାଲେକେଲା, ବ୍ଲକ୍ – ବୋଡେନ ଏଵଂ ଯୁଗଳ କିଶୋର ବଛା, ଗାଁ – ରାଜାମୁଣ୍ଡା, ବ୍ଲକ୍ – ଖଡିଆଳ । ଉଭୟଙ୍କ ଶରୀର ୮୦ ପ୍ରତିଶତରୁ ଅଧିକ ଅକ୍ଷମ ହୋଇ ଯାଇଛି । ଏହି ଦଶ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦ୍ଵାରା ଏହି ଅସହାୟ ବ୍ୟକ୍ତି ମାନେ ଉନ୍ନତ ଚିକିତ୍ସା ପାଇ ପାରିବେ ଏବଂ କିଛି ଜୀବନ ଜୀବିକା ଆରମ୍ଭ କରି ପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ( ଡିଏମଡି – Duchenne Muscular Dystrophy- DMD)

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha