Home ରାଜ୍ୟନୂଆପଡ଼ାରେ ଜନଜାତୀୟ ଗୌରବ ଦିବସ ଅଭିଯାନକୁ ନେଇ ବିଜେପି ଏସ୍‌.ଟି. ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ ।

ନୂଆପଡ଼ାରେ ଜନଜାତୀୟ ଗୌରବ ଦିବସ ଅଭିଯାନକୁ ନେଇ ବିଜେପି ଏସ୍‌.ଟି. ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ ।

ନଭେମ୍ବର ୧୫ ରେ ଧୁମଧାମରେ ପାଳିତ ହେବ ଭଗବାନ ବିର୍ସା ମୁଣ୍ଡା ଓ ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ।

by Maraguda Express
0 comments
ନୂଆପଡ଼ା -13/11  ଆଦିବାସୀ ବୀରମାନଙ୍କ ଅମର ତ୍ୟାଗ, ବଳିଦାନ, ସଂଘର୍ଷ ଓ ଗୌରବମୟ ଇତିହାସକୁ ସ୍ମରଣ କରିବା ସହ ଜନଜାତୀୟ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାରେ ପାଳିତ ହେବାକୁ ଯାଉଛି ‘ଜନଜାତୀୟ ଗୌରବ ଦିବସ ଅଭିଯାନ’। ଏହି ଅଭିଯାନକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ନୂଆପଡ଼ା ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ଅନୁସୂଚିତ ଜନଜାତି (ଏସ୍‌.ଟି.) ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।
ସାମ୍ବାଦିକ ସମ୍ମିଳନୀରେ ନେତୃବୃନ୍ଦ ସୂଚନା ଦେଇ କହିଥିଲେ ଯେ, ଆସନ୍ତା ନଭେମ୍ବର ୧୫ ତାରିଖ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଏବଂ ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜୟନ୍ତୀ ଅବସରରେ ଏହି ଅଭିଯାନକୁ ଆହୁରି ଉତ୍ସାହ ଓ ଆଡ଼ମ୍ବର ସହ ପାଳନ କରାଯିବ।
ଗତ ନଭେମ୍ବର ୧୧ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଏହି ଅଭିଯାନ ଚାଲିବ। ଏହି ଅବସରରେ ନଭେମ୍ବର ୧୫ ତାରିଖରେ ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ଭଗବାନ ବିର୍ସା ମୁଣ୍ଡା ଓ ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଉତ୍ସବ ଧୁମଧାମରେ ପାଳନ କରାଯିବ।
ଏହି କାର୍ଯ୍ୟକ୍ରମରେ ଜନଜାତୀୟ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ମହତ୍ତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଜନଜାତି ବର୍ଗର ଉନ୍ନତି ଓ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ଏଥିସହ ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବ ବୋଲି ନେତୃବୃନ୍ଦ ପ୍ରକାଶ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଖାମ୍ ସିଂ ମାଝୀ, ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ହୋମ ସିଂ ମାଝୀ, ପୂର୍ବତନ ଜିଲ୍ଲା ବାର୍ ଆସୋସିଏସନ୍ ସଭାପତି ପ୍ରସନ୍ନ ପାଢ଼ୀ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ପ୍ରମୁଖ ସମ୍ବୋଧିତ କରିଥିଲେ।
ସେହିପରି ଜିଲ୍ଲା ସରପଞ୍ଚ ସଂଘ ସଭାପତି ପ୍ରେମଲାଲ ନାଏକ, ଏସ୍‌.ଟି. ମୋର୍ଚ୍ଚା ସଭାପତି ସୁଜନ ମାଝୀ, ଏସ୍‌.ଟି. ମୋର୍ଚ୍ଚା ଉପଦେଷ୍ଟା କାର୍ତ୍ତିକେଶ୍ୱର ମଲ୍ଲିକ, ଏସ୍‌.ଟି. ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରେଶ ମିର୍ଦ୍ଧା, ଏସ୍‌.ଟି. ମୋର୍ଚ୍ଚା ଉପସଭାପତି କମଲେଶ ଠାକୁର ଏବଂ ଖଡ଼ିଆଳର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଉପସ୍ଥିତ ଥିଲେ।
ଏହାବ୍ୟତୀତ ମଣ୍ଡଳ ସଭାପତି ତଥା ବରିଷ୍ଠ ଆଦିବାସୀ ନେତା ଅର୍ଜୁନ ମାଝୀ, ଫୁଲେଶ୍ୱର ଶବର, ଭିକାରୀ ଚରଣ ମାଝୀ, ଅନ୍ତ ଶବର, ଲୋହିତ ଶବର ଓ ନରୋତ୍ତମ ମାଝୀଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇ ଆଗାମୀ ଜନଜାତୀୟ ଗୌରବ ଦିବସ ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଆଦିବାସୀ ବୀରମାନଙ୍କ ବଳିଦାନର ଗାଥା, ଜନଜାତୀୟ ସଂସ୍କୃତିର ଗୌରବ ଓ ଐତିହ୍ୟର ସୁରକ୍ଷାର ବାର୍ତ୍ତା ନେଇ ନୂଆପଡ଼ାରେ ପାଳିତ ହେବ ଜନଜାତୀୟ ଗୌରବ ଦିବସ ଅଭିଯାନ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha