31
ନୂଆପଡା -୧୭/୩ – ଜିଲ୍ଲା ସଦର ମହକୁମା ର ଅଗ୍ରଣିୟ ସ୍ବେଛାସେବୀ ଅନୁଷ୍ଠାନ ପରଦା ପରିଚୟ ର ଆବଶ୍ୟକ ନୁହେଁ। ପରଦା ସ୍ୱେଚ୍ଛା ସେବୀ ଅନୁଷ୍ଠାନ ନୂଆପଡ଼ା ଏବଂ ଉପ- ନିୟନ୍ତ୍ରକ, ବୈଧ, ମାପ ବିଜ୍ଞାନ, ନୂଆପଡା ମିଳିତ ଅନୁକୂଲ୍ୟ ରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ , ରାଜୀବ ସେବା କେନ୍ଦ୍ର, ପଞ୍ଚାୟତ ସମିତି ପରିସର ନୂଆପଡା ରେ ପାଳିତ ହୋଇଯାଇଛି । ଏହି ଅବସରରେ ଶତାଧିକ ମହିଳା ଏବଂ ଚାଷୀ ମାନେ ଅଂଶଗ୍ରହଣ କରି ଉପଭୋକ୍ତା (ଖାଉଟି) କଲ୍ୟାଣ ଓ ଅଧିକାର ଆଇନ ଉପରେ ସଚେତନ ହୋଇ ଥିଲେ।
“ପରଦା ” ଅଧକ୍ଷ ରୁଦ୍ର ଚରଣ ପଟନାୟକଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବି ପ୍ରସନ୍ନ ପାଢ଼ୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଉପାଧ୍ୟକ୍ଷ ପଞ୍ଚାୟତ ସମିତି ନୂଆପଡ଼ା ଦିଲୀପ ନିର୍ମଲକର , ହୃଷିକେଶ ନାୟକ ସହକାରୀ ଯୋଗାଣ ଅଧିକାରୀ, ପୃଥୁରାଜା ହାଁସଦା ଉପ- ନିୟନ୍ତ୍ରକ, ବୈଧ, ମାପ ବିଜ୍ଞାନ, ନୂଆପଡା, ପରମାନନ୍ଦ ହଂସ ଉପଭୋକ୍ତା ଅଦାଲତ, ରୋହିତ ଭୋଇ, ଗୋଷ୍ଟି ଉନ୍ନୟନ ଅଧିକାରୀ , ନୂଆପଡା , ସୁରେଶ ଆଚାର୍ଯ୍ୟ ସଭାପତି ଜ଼ିଲ୍ଲା ସାମ୍ବାଦିକ ସଂଘ ( ଏନଜେଡଏସଏସ ) କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟ ବକ୍ତା ରୁପେ ନାରାୟଣ ପ୍ରସାଦ ଯୋଶୀ ସଦସ୍ୟ, ଶିଶୁ ସୁରକ୍ଷ୍ୟ କମିଟି ଭାବରେ ଯୋଗଦାନ କରି ନିଜ ନିଜ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରି ଖାଉଟି ଆଇନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
