Home ରାଜ୍ୟଖରିଆର ରୋଡ଼ ନଗର ପାଳିକା ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ।

ଖରିଆର ରୋଡ଼ ନଗର ପାଳିକା ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମର ଶୁଭାରମ୍ଭ।

by Maraguda Express
0 comments
ନୂଆପଡ଼ା -୯/୬- ଖରିଆର ରୋଡ଼ ନଗର ପାଳିକା ପକ୍ଷରୁ ସହର ର ବିକାଶ ପ୍ରକ୍ରିୟାକୁ ଅଧିକ ସୂଚାରୁ ଏବଂ ଲୋକାଭିମୁଖୀ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୱାର୍ଡ ନମ୍ବର – ୦୧ ଅନ୍ତର୍ଗତ ବନକା ଠାରେ ‘ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ସହଭାଗିତା କାର୍ଯ୍ୟକ୍ରମର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି।
ସହର ର ବିକାଶ ରେ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ଏବଂ ସରକାରୀ ଯୋଜନା ଗୁଡ଼ିକୁ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଇବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ।
ଏହି ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନର ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ଡ଼. ସୋନିଆ ଜୈନ ଅଧ୍ୟକ୍ଷା ଖରିଆର ରୋଡ଼ ନଗର ପାଳିକା, ନିଶାନ୍ତ ଡାଗା ଉପାଧ୍ୟକ୍ଷ, ଖରିଆର ରୋଡ଼ ନଗର ପାଳିକା ଓ କମଳାସନ ରଥ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ସହିତ ସମସ୍ତ ୱାର୍ଡ ସଭ୍ୟ,ସଭ୍ୟା, ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ନାଗରିକ ସାମିଲ ହୋଇଥିଲେ।
ଜନତାଙ୍କ ଅଭିଯୋଗ ଶୁଣାଣି ଓ ସଚେତନତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି।ଉପରୋକ୍ତ କାର୍ଯ୍ୟକ୍ରମ କେବଳ ଏକ ସଭାରେ ସୀମିତ ନରହି, ଏକ ସଫଳ ଜନ-ସମ୍ପର୍କର ମାଧ୍ୟମ ପାଲଟିଥିଲା। ଏଥିରେ ବିଶେଷ କରି ନିମ୍ନଲିଖିତ ବିଷୟ ଗୁଡ଼ିକ ଉପରେ ଚର୍ଚ୍ଚା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ନାଗରିକ ବାସିନ୍ଦା ଙ୍କ ସମସ୍ୟା, ଆପତ୍ତି-ଅଭିଯୋଗ ଓ ମତାମତ ଶୁଣା ଯିବା ସହ ବିକାଶମୂଳକ ପ୍ରସ୍ତାବ ସଂଗ୍ରହ କରାଯାଇଥିଲା।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଏବଂ ଫ୍ଲାଗସିପ୍ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ସହରାଞ୍ଚଳ ବିକାଶ ସହ ସ୍ୱଚ୍ଛତା, ପରିମଳ ବ୍ୟବସ୍ଥା ଏବଂ ପରିବେଶ ସୁରକ୍ଷା ଉପରେ ବିଶେଷ ଆଲୋକପାତ କରାଯାଇଥିଲା।
୨୧ ଜୁନ୍ ପର୍ଯ୍ୟନ୍ତ ଚାଲିବ ଅଭିଯାନ। ଖରିଆର ରୋଡ଼ ନଗର ପାଳିକା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ,ଏହି ଜନସମ୍ପର୍କ ଯାତ୍ରା ଏତିକିରେ ଅଟକିବ ନାହିଁ। ଆଜି ୯ ଜୁନ୍ ଠାରୁ ଆରମ୍ଭ ହୋଇ ଆସନ୍ତା ୨୧ ଜୁନ୍ ୨୦୨୬ ପର୍ଯ୍ୟନ୍ତ ସହର ର ବିଭିନ୍ନ ୱାର୍ଡରେ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ, ଯାହାଦ୍ୱାରା ପ୍ରତିଟି ୱାର୍ଡର ସମସ୍ୟାର ସମାଧାନ କରାଯାଇପାରିବ।
ପ୍ରଶାସନର ଏଭଳି ପ୍ରୟାସ କୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha