20



ନୂଆପଡ଼ା -୧୭/୩- ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ‘ସୁଭଦ୍ରା ଶକ୍ତି ମେଳା–୨୦୨୬’ର ସପ୍ତମ ତଥା ଉଦଯାପନୀ ରଜନୀ ଉତ୍ସାହ ଓ ଉଲ୍ଲାସମୟ ପରିବେଶରେ ନ୍ୟାସନାଲ କଲେଜ ମେଳା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୧୦ ରୁ ୧୬ ପର୍ଯ୍ୟନ୍ତ ଚାଲିଥିବା ଏହି ମେଳାରେ ଜିଲ୍ଲା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମୋଟ ୧୨୦ ଟି ଷ୍ଟଲ୍ ସ୍ଥାପିତ ହୋଇଥିଲା। ମେଳା ଅବଧିରେ ସମୁଦାୟ ଭାବେ ୭୦,୮୯,୨୫୧ ଟଙ୍କାର ବ୍ୟବସାୟ ହୋଇଛି।
ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱୟଂସହାୟକ ଗୋଷ୍ଠୀମାନେ ନିଜସ୍ୱ ଉତ୍ପାଦିତ ହସ୍ତଶିଳ୍ପ, ଖାଦ୍ୟପଦାର୍ଥ ଓ ଗ୍ରାମୀଣ ଉତ୍ପାଦନଗୁଡ଼ିକୁ ପ୍ରଦର୍ଶନ ଓ ବିକ୍ରୟ କରି ଭଲ ରୋଜଗାର କରିଥିଲେ। ଜନସାଧାରଣଙ୍କ ବିପୁଳ ଭିଡ଼ ଓ ସହଭାଗିତା ମେଳାକୁ ସଫଳ କରିଥିଲା।
