10
ଉପରୋକ୍ତ ଶିବିରରେ ଜିଲ୍ଲାପାଳ ଶ୍ରୀ ଦାଶଙ୍କ ସହ ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର) କେ ମାଧବୀଲତା, ଆଇଏଫଏସ୍ ପ୍ରୋବେଶନର ଅର୍ଣ୍ଣବ ସାମନ୍ତରାୟ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ବୋଡ଼େନ ପଂଚାୟତ ସମିତି ଅଧ୍ୟକ୍ଷା ପ୍ରେମଶିଳା ନାଗ ପ୍ରମୁଖ ଉପସ୍ଥିତ ଥିଲେ ।
ନୂଆପଡା – ୨୩/୩- ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଶିବିରରେ ୪୦ ଗୋଟି ବ୍ୟକ୍ତିଗତ ଓ ୨୨ଟି ଗୋଷ୍ଠିଗତ ଏଭଳି ମୋଟ ୬୨ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ ମଧୂସୁଦନ ଦାଶ କରିଥିଲେ । ଏହି ସବୁ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି, ଖଇରଭାଡି ଗ୍ରାମର ଶ୍ରୀମତୀ ହିରେନ୍ଦ୍ରି ବାଗ ଓ ବିନାପୁର ଗ୍ରାମର ଶ୍ୟାମବନ୍ଧୁ ପାଣିଗ୍ରାହୀଙ୍କୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି।
ଏହି ଅଭିଯୋଗ ଶୁଣାଣୀ ଶିବିର ଉପଲକ୍ଷେ ବ୍ଲକ୍ ପରିସରରେ ଗୋଟିଏ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ଵାସ୍ଥ୍ୟ ଶିବିର ତଥା ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ କରା ଯାଇଥିଲା ।