271
ନୂଆପଡ଼ା -୭/୭- ନୂଆପଡ଼ା ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଷଡ଼ଯନ୍ତ୍ର କୁ ପୋଲିସ ଓ ସୁରକ୍ଷା ବାହିନୀ ସଫଳତାର ସହ ପଣ୍ଡ କରିଛି। ନୂଆପଡ଼ା ଜିଲ୍ଲା ପୋଲିସ ଏବଂ ସିଆରପିଏଫର ମିଳିତ ଅପରେସନରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରୁ ମାଓବାଦୀଙ୍କ ଲୁଚାଇ ରଖାଯାଇଥିବା ଏକ ବଡ଼ ଡମ୍ପ୍ର ସନ୍ଧାନ ମିଳିଥିବାବେଳେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆଜି ନୂଆପଡା ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସ୍ଥିତ ଡିଆଇଓସି ମିଟିଂ ଭବନ ରେ ଏସପି ଅମ୍ରିତ ପାଲ୍ ସିଂ ଏବଂ ସିଆରପିଏଫ ୧୯ ବାଟାଲିୟନର କମାଣ୍ଡେଣ୍ଟ ଦୀପକ ମଣି ତ୍ରିପାଠୀଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ରେ ଉପରୋକ୍ତ ସୂଚନା ପ୍ରଦାନ୍ କରାଯାଇଛି। ଜିଲ୍ଲା ପୋଲିସ ଓ ସିଆରପିଏଫ- ୧୯ର ମିଳିତ ନେତୃତ୍ୱରେ ଏହି ସଫଳ ଅପରେସନ ସମ୍ପନ୍ନ ହୋଇଛି।
