Home ରାଜ୍ୟବଡ଼ତେ କଦମ” ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ।

ବଡ଼ତେ କଦମ” ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ।

by Maraguda Express
0 comments

 ନୂଆପଡା -୨୭/୩ – “ବଡ଼ତେ କଦମ୍” ଜନ ସଚେତନତା କାର୍ଯୟକ୍ରମ ର ସଫଳ ଆୟୋଜନ ଆଜି ହୋଇଯାଛି। ସ୍ଵେଛାସେବୀ ଅନୁଷ୍ଠାନ ପରଦା, ନୂଆପଡା ଓ ନେସେନାଲ ଟ୍ରଷ୍ଟଙ୍କ ହଯୋଗରେ ସ୍ଥାନୀୟ ରାଜୀବ ସେବା କେନ୍ଦ୍ର, ବ୍ଲକ ପରିସରରେ ଏହାର ଆୟୋଜିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ଭିନ୍ନକ୍ଷମ ପୁରୁଷ ଓ ମହିଳା ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ, ଯାହା ଏହି ପ୍ରୟାସର ପ୍ରାସଙ୍ଗିକତାକୁ ପ୍ରକାଶ କରିଥିଲା।
ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ସ୍ମୃତି ରେଖା ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଭରତ ସାହିନଶା ଉପସ୍ଥିତ ଥିଲେ। ସେମାନେ ତାଙ୍କ ବକ୍ତବ୍ୟରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସରକାରୀ ଯୋଜନା ଓ ସହାୟତା ସମ୍ପର୍କରେ ବିସ୍ତୃତ ଅଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ନନ୍ଦ ତାଙ୍କ ସମ୍ବୋଧନ ରେ ନେସେନାଲ ଟ୍ରଷ୍ଟର “ନିରାମୟ” ଯୋଜନା ବିଷୟରେ ଜଣାଇଥିଲେ, ଯାହା ଅନୁସାରେ ଅଟିଜିମ୍, ସେରେବ୍ରାଲ୍ ପାଲ୍ସି, ବହୁବିଧ ଅକ୍ଷମତା, ମାନସିକ ଓ ବୌଦ୍ଧିକ ଅକ୍ଷମତାରେ ପୀଡ଼ିତ ବ୍ୟକ୍ତିମାନେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ପାଇପାରିବେ। ଏହା ଭିନ୍ନକ୍ଷମମାନଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ବୋଲି ସେ ଉଲ୍ଲେଖ କରିଥିଲେ। ଭରତ ସାହିନଶା ତାଙ୍କ ବକ୍ତବ୍ୟରେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଓ ଆର୍ଥିକ ସହାୟତା କିପରି ପାଇବେ, ସେ ସମ୍ପର୍କରେ ସମସ୍ତଙ୍କୁ ସହଜ ଭାବରେ ବୁଝାଇଥିଲେ। କାର୍ଯ୍ୟକ୍ରମଟିକୁ ପରଦା ଅନୁଷ୍ଠାନର ଅଧ୍ୟକ୍ଷ ରୁଦ୍ର ପଟ୍ଟନାୟକ ସଫଳତାର ସହ ପରିଚାଳନା କରିଥିଲେ ଓ “ନିରାମୟ” ଯୋଜନା ଉପରେ ଏକ ସ୍ପଷ୍ଟ ଉପସ୍ଥାପନା ଦେଇଥିଲେ।
ଏହାସହିତ, “ବଡ଼ତେ କଦମ” କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଭିନ୍ନକ୍ଷମ ଶିଶୁମାନଙ୍କ ସୁରକ୍ଷା ଓ ସେମାନଙ୍କର ଉନ୍ନତି ପାଇଁ ଅଭିଭାବକମାନଙ୍କୁ ସଚେତନ କରିବା ଥିଲା। ପିତାମାତାଙ୍କୁ ଶିଶୁମାନଙ୍କ ଭଲ ଯତ୍ନ ନେବା, ଶିକ୍ଷା ଓ ଚିକିତ୍ସାରେ ଧ୍ୟାନ ଦେବା ପାଇଁ ଅନୁରୋଧ କରାଯାଇଥିଲା।
ଯୋଗେଶ ସାହୁ, ମନବି ଉଜିର ଓ ଶଙ୍କର ବିଶ୍ୱାଳ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ପରଦା ଅନୁଷ୍ଠାନର ବରିଷ୍ଠ ସହଯୋଗୀ ବେଦରାମ ସାହୁ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha