10
ଫ୍ଲଡ୍ଲାଇଟ୍ ଆଲୋକରେ କ୍ରିକେଟର ମଜା ନେବା ପାଇଁ ଖଇରା ଓ ଆଖପାଖ ଅଞ୍ଚଳର ଶହ ଶହ କ୍ରୀଡ଼ାପ୍ରେମୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ପଡ଼ିଆରେ ଜମି ରହିଥିଲେ। ସ୍ଥାନୀୟ ସାମ୍ବାଦିକ ଜଗତରାମ ଦଣ୍ଡସେନା ଓ ଚମ୍ପୁଲାଲ ଦଣ୍ଡସେନାଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ଖେଳ ପରିଚାଳନାରେ ସହଯୋଗ କରିଥିଲେ।
ବୋଡ଼େନ -୧୭/୦୪ ( ଜଗତରାମଦଣ୍ଡସେନା) – ନୂଆପଡ଼ା ଜିଲ୍ଲା ଖଇରା ଜନଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡ଼ିଆରେ ଏବେ କ୍ରିକେଟର ମାହୋଲ। ମାଁ ବଳସଘରିଏନ ସ୍ପୋର୍ଟ୍ସ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ଫ୍ଲଡ୍ଲାଇଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ରୋମାଞ୍ଚକର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ଗୁଡ଼ିକ ସମ୍ପନ୍ନ ହୋଇଯାଇଛି। ଅତିଥିଙ୍କ ଦ୍ୱାରା ଉଦଘାଟନ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା।


