22
ନୂଆପଡା – ୦୩/୦୪- ନୂଆପଡା ଜିଲ୍ଲାରେ ମହିଳା ସଶକ୍ତିକରଣ ଓ କିଶୋର-କିଶୋରୀମାନଙ୍କ ସମଗ୍ର ବିକାଶକୁ ଲକ୍ଷ୍ୟ କରି ‘ଅଦ୍ୱିକା’ ଯୋଜନା ଅନ୍ତର୍ଗତ ଜିଲ୍ଲା ସ୍ତରୀୟ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର, ନୁଆପଡା ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି।
ଏହି ସମୟରେ ଜିଲ୍ଲାପାଳ ଶିକ୍ଷାର ଗୁରୁତ୍ୱ, ଲକ୍ଷ୍ୟପ୍ରତି ସଙ୍କଳ୍ପ ଓ ଆତ୍ମବିଶ୍ୱାସ ବୃଦ୍ଧି ସମ୍ପର୍କରେ ପ୍ରେରଣାଦାୟକ ଉପଦେଶ ଦେଇ ସେମାନଙ୍କୁ ଭବିଷ୍ୟତରେ ଦାୟିତ୍ୱଶୀଳ ନାଗରିକ ଭାବେ ଗଢ଼ିଉଠିବାକୁ ପ୍ରେରିତ କରିଥିଲେ।
